ନୂଆଦିଳ୍ଲୀ (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମରେ ବ୍ରତର ଖାସ୍ ମହତ୍ୱ ରହିଛି । ସେହିପରି କୁହାଯାଏ କି ଉପବାସ ରଖିବା ଦ୍ୱାରା ଶରୀର ପାଇଁ ଉପକାରୀ ହୋଇଥାଏ । କିନ୍ତୁ ସାଧାରଣ ଭାବେ ଲୋକେ ସେମାନଙ୍କ ମନସ୍କାମନା ପୁରଣ ପାଇଁ ବ୍ରତ ରଖିଥାନ୍ତି । ସପ୍ତାହର ସାତ ଦିନ ଯାକ କରାଯାଉଥିବା ବ୍ରତର ଅଲଗା ଅଲଗା ମହତ୍ୱ ରହିଛି । ସେଥିମଧ୍ୟରୁ ଗୁରୁବାର ବ୍ରତର ଖୁବ୍ ମାନ୍ୟତା ରହିଛି । ଗୁରୁବାର ଭଗବାନ ବିଷ୍ଣୁ ଏବଂ ବୃହସ୍ପତିଦେବଙ୍କ ପୂଜା କରାଯାଇଥାଏ । କୁହାଯାଏ କି ଗୁରୁବାର ବ୍ରତ କରିବା ଦ୍ୱାରା ବିବାହରେ ଉପୁଜୁଥିବା ବାଧା ଦୂର ହେବା ସହ ଘରେ ସୁଖ ସମୃଦ୍ଧି ବଳବତ୍ତର ରହିଥାଏ ।
ବାସ୍ତବରେ ଲଗାତର ୧୬ ଗୁରୁବାର ବ୍ରତ ରଖି ୧୭ ଗୁରୁବାର ଉଦଯାପନା କରିବା ଉଚିତ୍ । ପୁରୁଷ ଓ ମହିଳା ଉଭୟ ଏହି ବ୍ରତ କରି ପାରିବେ ।
ପୌଷ ମାସକୁ ବାଦ୍ ଦେଲେ ଆପଣ ଯେକୌଣସି ମାସ ଶୁକ୍ଳପକ୍ଷ ଗୁରୁବାରେ ଏହି ବ୍ରତ ଆରମ୍ଭ କରି ପାରିବେ । ସେହିପରି କୌଣସି କାର୍ଯ୍ୟ କରିବା ପାଇଁ ଶୁକ୍ଳ ପକ୍ଷ ଶୁଭ ହୋଇଥାଏ ।
ଗୁରୁବାର ସକାଳୁ ଉଠି ବ୍ରତର ସଂକଳ୍ପ ନେବା ଉଚିତ୍ । ଏହିଦିନ ହଳଦିଆ ବସ୍ତ୍ର ଧାରଣ କରିବା ଉଚିତ୍ । ଏହାପରେ ହଳଦିଆ ଫୁଲ, ଫଳ, ପ୍ରସାଦରେ ଭଗାନ ବିଷ୍ଣୁ ଓ ବୃହସ୍ପତିଙ୍କୁ ପୂଜା କରିବା ଉଚିତ୍ । ସନ୍ଧ୍ୟା ସମୟରେ ଗୁରୁବାର କଥା ଶୁଣିବା ଉଚିତ । ଏହି ଦିନ ଗୋଟେ ବେଳା ବିନା ଲୁଣର ଆହାର ସେବନ କରିବା ଉଚିତ୍ । ମାନ୍ୟତ୍ୟ ଅନୁସାରେ ଏହି ବ୍ରତ ଅତ୍ୟନ୍ତ ଶୁଭ ଏବଂ ବ୍ରତ ରଖିବା ସହି କଥା ପଢିବା ଦ୍ୱାରା ଭଗବାନ ପ୍ରସନ୍ନ ହୋଇଥାନ୍ତି ।
ଅନୁରାଧା ନକ୍ଷତ୍ର ଯୁକ୍ତ ଗୁରୁବାରଠୁ ବ୍ରତ ଆରମ୍ଭ କରି ୭ ଗୁରୁବାର ଉପବାସ କରିବା ଦ୍ୱାରା ବୃହସ୍ପତି ଗ୍ରହର ପ୍ରତ୍ୟେକ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ । ଏହାସହିତ ପୂର୍ଣ୍ଣ ଶ୍ରଦ୍ଧା ଭାବ ସହ ବ୍ୟକ୍ତି ଏହି ବ୍ରତ କରିବା ଦ୍ୱାରା ଗ୍ରହ ଦୋଷ ଦୂର ହେବା ସହ ଗୁରୁ କୃପା ପ୍ରାପ୍ତ ହୋଇଥାଏ ।