ଭୁବନେଶ୍ୱର (ଏଟିଆର ବ୍ୟୁରୋ): କରୋନା ଚିକିତ୍ସା ପାଇଁ ଆସିଲା ନୂଆ ଔଷଧ । ଯାହାର ନାଁ ହେଉଛି ଟୋସିଲିଜୁମାବ । ଏହି ଔଷଧ ବ୍ୟବହାର ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏସଓପି ଜାରି କରାଯାଇଛି । ଏହାସହିତ ନୂଆ ଔଷଧ ବ୍ୟବହାର ନେଇ ସମସ୍ତ ଜିଲ୍ଲାପାଳ ଓ ସିଡିଏମଓ,ଏମ୍ସ ନିର୍ଦ୍ଦେଶକ ଓ ରାଜ୍ୟର ପ୍ରମୁଖ ଡାକ୍ତରଖାନାର ମୁଖ୍ୟଙ୍କୁ ଚିଠି ଲ୍ଖେିଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ।
ଏଣିକି ଗୁରୁତର କରୋନା ରୋଗୀ ତଥା ଭେଣ୍ଟିଲେଟରରେ ଥିବା ରୋଗୀଙ୍କଠାରେ ବ୍ୟବହାର କରାଯାଇ ପାରିବ ଟୋସିଲିଜୁମାବ । ଯେଉଁ ଆକ୍ରାନ୍ତଙ୍କ କ୍ଷେତ୍ରରେ ଅକ୍ସିଜେନ ମାତ୍ରା କମ ଥିବ ସେମାନଙ୍କୁ ଏହି ଇଞ୍ଜେକ୍ସନ ଦିଆଯିବ । ବର୍ତ୍ତମାନ କେତେ ପରିମାଣର ଇଞ୍ଜେକ୍ସନ ଆବଶ୍ୟକ ସେନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତଥ୍ୟ ମଗା ଯାଇଛି ।