ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ ହଇଚଇ ସୃଷ୍ଟି କରିଛି କରୋନାର ଦ୍ୱିତୀୟ ଲହର । ଦେଶବାସୀ ଏବେ କରୋନାର ଦ୍ୱିତୀୟ ଲହରରେ ଛଟପଟ ହେଉଥିବା ବେଳେ ପୁଣି ତୃତୀୟ ଲହର ପାଇଁ ବୈଜ୍ଞାନିକଙ୍କ ଚେତାବନୀ । ଦ୍ୱିତୀୟ ଲହରରେ କରୋନାର ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ତାମିଲନାଡୁ ସରକାର ୨ ସପ୍ତାହ ପାଇଁ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରିଛନ୍ତି ।
ଆସନ୍ତା ମେ ୧୦ ତାରିଖରୁ ତାମିଲନାଡୁରେ ସମ୍ପୂର୍ଣ୍ଣ ଲକଡାଉନ ଲାଗୁ ହେବ । ଏହା ଦୁଇ ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ । ରାଜ୍ୟରେ କରୋନାର ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି ।