ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦିନକୁ ଦିନ ଘାତକ ସାଜୁଛି କରୋନାର ଦ୍ୱିତୀୟ ଲହର । ଦୈନିକ ମାମଲା ଏବେ ୪ ଲକ୍ଷ ଉପରେ ରହିଥିବା ବେଳେ ପ୍ରତ୍ୟେକ ଦିନ ଚାରି ହଜାର ପାଖାପାଖି ଲୋକଙ୍କ ଜୀବନ ଯାଉଛି । ଦେଶରେ ଦୈନିକ ମାମଲା ବୃଦ୍ଧି ଯୋଗୁଁ ସ୍ୱାସ୍ଥ୍ୟ ସୁବିଧାରେ ସମସ୍ୟା ଉପୁଜୁଛି । କେଉଁଠି ବେଡର ଅଭାବ ତ ପୁଣି କେଉଁଠି ଅକ୍ସିଜେନର । ଅକ୍ସିଜେନ ଅଭାବ ଯୋଗୁଁ ଲୋକଙ୍କ ଜୀବନ ମଧ୍ୟ ଚାଲି ଯାଉଛି । ଏଭଳି ସ୍ଥିତିରେ ଶରୀରରେ ଅକ୍ସିଜେନ ମାତ୍ରା ସଠିକ୍ ରହିବା ଉଚିତ୍ ।
କରୋନାର ଦ୍ୱିତୀୟ ଲହର ସିଧାସଳଖ ଫୁସଫୁସକୁ ଆକ୍ରମଣ କରୁଛି । ଯାହାଫଳରେ ନିଶ୍ୱାସ ନେବାରେ ଅସୁବିଧା ଦେଖା ଦେଉଛି । ସଠିକ ସମୟରେ ଅକ୍ସିଜେନ ନମିଳିବାରୁ ରୋଗୀ ମୃତ୍ୟୁ ବରଣ କରୁଛନ୍ତି । କରୋନାରୁ ରକ୍ଷା ପାଇବା ପାଇଁ ହେଲେ ନିୟମିତ ଅକ୍ସିଜେନ ମାତ୍ରାକୁ ମେଣ୍ଟନ କରି ରଖିବା ନିହାତି ଜରୁରୀ । ଶରୀରରେ ଅକ୍ସିଜେନ ଲେବଲକୁ ମେଣ୍ଟନ କରିବା ପାଇଁ ଖାଦ୍ୟପାନୀୟ ଉପରେ ବିଶେଷ ଧ୍ୟାନ ରଖିବା ଉଚିତ୍ । ସେଥିପାଇଁ ଆଜି ଆମେ ଆପଣଙ୍କୁ ଏଭଳି କିଛି ଖାଦ୍ୟ ପଦାର୍ଥର୍ ବିଷୟରେ କହିବାକୁ ଯାଉଛୁ । ଯାହାକୁ ଆପଣ ଆପଣଙ୍କ ଭୋଜନରେ ସାମିଲ କରି ଅକ୍ସିଜେନ ମାତ୍ରାକୁ ମେଣ୍ଟେନ କରି ପାରିବେ ।
ଶରୀରରେ ଅକ୍ସିଜେନ ମାତ୍ରାକୁ ମେଣ୍ଟେନ କରିବା ପାଇଁ ହେଲେ ପାଣି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ସେଥିପାଇଁ ଦିନ ସାରା ଅଧିକରୁ ଅଧିକ ପାଣି ପିଇବା ପାଇଁ ଚେଷ୍ଟା କରନ୍ତୁ ।
ଶରୀରରେ ଅକ୍ସିଜେନ ମାତ୍ରାକୁ ବଢାଇବାରେ ସାହାଯ୍ୟ କରେ ସୋୟାବିନ୍ ଏବଂ ଅଖରୋଟ । ଏହାସହିତ ଏହା ଅକ୍ସିଜେନ ମାତ୍ରାକୁ ଶରୀରରେ ମେଣ୍ଟେନ ମଧ୍ୟ କରିଥାଏ ।
କରୋନାର ଏହି ସଙ୍କଟକୁ ଦୃଷ୍ଟିରେ ରଖି ଶରୀରରେ ଅକ୍ସିଜେନ ମାତ୍ରା ବଜାୟ ରଖିବା ନିହାତି ଜରୁରୀ । ସେଥିପାଇଁ ବଜାରରେ ମିଳୁଥିବା ବ୍ରୋକଲି ଏବଂ କ୍ୟାପ୍ସିକମ ଭାଜନରେ ସାମିଲ କରନ୍ତୁ । ଏହା ଶରୀରରେ ଅକ୍ସିଜେନ ମାତ୍ରାକୁ ବଢାଇବାରେ ସାହାଯ୍ୟ କରେ । ସେହିପରି ଆପଣ ଖାଦ୍ୟରେ ଗାଜର, ବିନ୍ସକୁ ମଧ୍ୟ ସାମିଲ କରନ୍ତୁ ଏହା ଶରୀରରେ ଅକ୍ସିଜେନ ମାତ୍ରାକୁ କମ ହେବାକୁ ଦିଅନ୍ତିନି ।