ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଖୁବ୍ ଶୀଘ୍ର ଭାରତରେ ୫ଜି ସେବାକୁ ନେଇ ଟ୍ରାଏଲ ଆରମ୍ଭ ହେବାକୁ ଯାଉଛି । ଏନେଇ ଟେଲିକମ ସର୍ଭିସ ପ୍ରୋଭାଇଟର୍ସଙ୍କୁ ୫ଜି ଟ୍ରାଏଲ ପାଇଁ ଟେଲିକମ୍ୟୁନିକେସନ ବିଭାଗ ଏବଂ ଭାରତ ସରକାର ପକ୍ଷରୁ ଅନୁମତି ଦିଆଯାଇଛି । ମୋଟ ୧୩ ଟି କମ୍ପାନୀକୁ ଅନୁମତି ମିଳିଛି । ଏଥିରେ ଭାରତୀୟ ଏୟାଟେଲ, ରିଲିଆନ୍ସ ଜିଓ,ଭୋଡାଫୋନ-ଆଇଡିଆ, ଏମଟିଏନଏଲ ଆଦି ସାମିଲ ଅଛି । ସବୁଠାରୁ ବଡ କଥା ହେଲା ଏଥିରେ କୌଣସି ଚୀନ କମ୍ପାନୀ ସାମିଲ ନାହାନ୍ତି । କାରଣ ଟେଲିକମ ବିଭାଗ ସଫା ସଫା ଭାବେ କହିଥିଲା କି ଚୀନ କମ୍ପାନୀଙ୍କୁ ଏଥିରୁ ଦୂରେଇ ରଖିବ ।
ଟ୍ରାଏଲକୁ ନେଇ ଯେଉଁ ଟେଲିକମ ସର୍ଭିସ ପ୍ରୋଭାଇଡର୍ସ କୁ ଅନୁମତି ଦିଆଯାଇଛି । ସେମାନେ ଏରିକ୍ସନ, ନୋକିଆ, ସାମସଙ୍ଗ ଏବଂ ସିଡଟ ସହିତ ଡିଲ କରି ରଖିଛନ୍ତି । ସେହିପରି ରିଲିଆନ୍ସ ଜିଓ ଇଂଫୋକମ ଲିମିଟେଡ ନିଜର ଟେକ୍ନୋଲୋଜି ବ୍ୟବହାର ପାଇଁ ନିର୍ଣ୍ଣୟ କରିଛି ।