ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ବିଶ୍ୱ ମାତୃଦିବସ । ପ୍ରତ୍ୟେକ ବର୍ଷ ମେ ମାସ ଦ୍ୱିତୀୟ ରବିବାର ଦିନ ଏହି ଦିନ ପାଳନ କରାଯାଏ । ୧୯୧୪ ମସିହାରେ ଏହି ଦିବସ ପାଳନ ଆରମ୍ଭ ହୋଇଥିଲା । ଏହି ଦିନକୁ ମା ମାନଙ୍କ ସମର୍ପି କରାଯାଇଥାଏ । ଏହାର ମୂଳ ଉଦ୍ଦ୍ୟେଶ ନିଶ୍ୱାର୍ଥପର ସେବା ଓ ଭଲ ପାଇବା ବଦଳରେ ତାଙ୍କୁ ସମ୍ମାନ ଏବଂ ଧନ୍ୟବାଦ ଜଣାଇବା । କିନ୍ତୁ ମହାମାରୀ କରୋନା ପାଇଁ ଲୋକେ ଘରେ ରହି ମାତୃଦିବସ ପାଳନ କରୁଛନ୍ତି । ଯଦି ଆପଣ ମଧ୍ୟ ଏହି ଦିବସ ପାଳନ କରି ସ୍ମୃତି ସାଉଁଟିବାକୁ ଚାହୁଁଛନ୍ତି ତେବେ ଏହି ଅବସରରେ ଘରେ ମାଙ୍କ ପାଇଁ ସ୍ପେଶାଲ ଡେଜର୍ଟ ବନାନ୍ତୁ ଏବଂ ତାଙ୍କୁ ଖୁଆନ୍ତୁ ।
ବାଦାମ ମଲାଇ କୁଲ୍ଫି: ଏହାକୁ ଦେଶୀ ଡେଜର୍ଟ ମଧ୍ୟ କୁହାଯାଇଥାଏ । ଏହାକୁ ଆପଣ ସହଜରେ ଘରେ ପ୍ରସ୍ତୁତ କରିପାରିବେ । ତେବେ ଆସନ୍ତୁ ଜାଣିବା ଏହାକୁ ପ୍ରସ୍ତୁତ କରିବାର ସାମଗ୍ରୀ ଏବଂ ପ୍ରସ୍ତୁତ ପ୍ରଣାଳୀ ।
ସାମଗ୍ରୀ: କଟା ବାଦାମ, ଖୀର, ମଲାଇ, କେସର, ପିସ୍ତା ।
ପ୍ରଣାଳୀ: ଆପଣ ବ୍ୟକ୍ତି ଅନୁସାରେ ମାତ୍ରା ବଢାଇ ପାରିବେ ଏବଂ କମାଇ ପାରିବେ । ଗୋଟେ ପାତ୍ରରେ ବାଦାମ, ଖୀର ଏବଂ କ୍ରିମକୁ ଭଲ ଭାବେ ମିଶେଇ ଦିଅନ୍ତୁ । ସେଥିରେ କଞ୍ଚା ଖୀର , ପିସ୍ତା ଏବଂ କେସର ମିଶାନ୍ତୁ । ଏହାପରେ ବଟର ପେପରରେ ଘୋଡାଇ ତାକୁ ଫ୍ରିଜରରେ ରଖି ଦିଅନ୍ତୁ । ଯେତେବେଳେ ପୁରା ଥଣ୍ଡା ହୋଇଯିବ ତାକୁ ଫ୍ରିଜରରୁ କାଢି ମା ସମେତ ଘରର ସମସ୍ତଙ୍କୁ ଖାଇବାକୁ ଦିଅନ୍ତୁ