ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ତାଣ୍ଡବ ରଚୁଛି କରୋନା । ଗୋଟେ ପଟେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଥିବା ବେଳେ ଅନ୍ୟପଟେ ମୃତକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହେବାରେ ଲାଗିଛି । ଗୋଟେ ପରେ ଗୋଟେ ମୁଣ୍ଡ ନେଇ ଚାଲିଛି ଭାଇରସ । ସେହିପରି ପୁଣି ରାଜ୍ୟରୁ କରୋନାରେ ୧୯ ଜଣ ଆଖି ବୁଜିଛନ୍ତି । ଏହାପରେ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୧୯୭ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ମୃତକଙ୍କ ମଧ୍ୟରୁ କଳାହାଣ୍ଡି , ଖୋର୍ଦ୍ଧା,ରାୟଗଡା, ସୁନ୍ଦରଗଡ ଜିଲ୍ଲାରୁ ୩ ଜଣ ଥିବା ବେଳେ , ପୁରୀ ଜିଲ୍ଲାରୁ ୨ ଏବଂ ବଲାଙ୍ଗୀର, ଅନୁଗୁଳ, ଢେଙ୍କାନାଳ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।