ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି କଟକଣା କଡାକଡି କରାଯାଉଛି । କୋଭିଡ ପ୍ରୋଟୋକଲ ଅନୁଯାୟୀ ବିବାହ, ବ୍ରତ ଆଦି ସମସ୍ତ କାର୍ଯ୍ୟ କରିବାକୁ ପଡୁଛି । କିଛି ଲୋକ କରୋନା ନିୟମ ମାନୁଥିବା ବେଳେ ଆଉ କିଛି ଅମାନିଆ ନିୟମ ମାନୁ ନାହାନ୍ତି । ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ଏକ ନବବିବାହିତା ଯୋଡି ବାଇକରେ ଯାଉଥିବାର ଦେଖବାକୁ ମିଳୁଛି । ନା ବାଜା ଅଛି, ନା ବାଣ ବାଇକ ପଛରେ ବଧୂକୁ ବସେଇ ନେଇ ଯାଉଛି ବର ।
ସବୁଠାରୁ ବଡ କଥା ହେଉଛି ବର-ବଧୂଙ୍କ ଏହି ଦୃଶ୍ୟ ଦେଖି ପୋଲିସ ଖୁସୀ ହୋଇ ଉଭୟଙ୍କୁ ଉପହାର ଦେଇଛନ୍ତି । ୨୮ ସେକେଣ୍ଡର ଏହି ଭିଡିଓରେ ବର-ବଧୂ ବିବାହ କରି ରୟାଲ ଏନଫିଲ୍ଡ ବାଇକରେ ଘରକୁ ଯାଉଥିଲେ । ରାସ୍ତାରେ ଡ୍ୟୁଟି କରୁଥିବା ଦୁଇ ଜଣ ପୋଲିସ ବର-ବଧୂକୁ ଅଟକାଇ ତାଙ୍କ ବେକରେ ଫୁଲ ମାଳ ପକାଉଛନ୍ତି ଏବଂ ମୁହଁଦେଖା ଟଙ୍କା ବି ଦେଉଛନ୍ତି । ବର-ବଧୂ ଦୁହେଁ କୋଭିଡ ନିୟମ ମାନି ସାଧରଣ ବିବାହ କରିଥିବାରୁ ପୋଲିସ ଖୁସି ହୋଇ ତାଙ୍କୁ ଉପହାର ଦେଇଥିଲେ ।
#COVID प्रोटोकॉल का पालन कर नव विवाहित बाइक से घर जा रहे थे. पुलिस ने घर के बड़े की तरह बधाई व नेग दिया.
Beautiful Gesture from #Khaakhi.
(video perhaps from Punjab)VC-SM pic.twitter.com/AqOFO7n4f1
— Dipanshu Kabra (@ipskabra) May 11, 2021