ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆପଣମାନେ ସମସ୍ତେ ନିହାତି ଭାବରେ ପିଆଜକୁ ଖାଦ୍ୟ ତିଆରିରେ ବ୍ୟବହାର କରୁଥିବେ । ଏହାଦ୍ୱାରା ଖାଦ୍ୟ ଖୁବ୍ ସ୍ୱାଦିଷ୍ଟ ହୋଇଥାଏ । ଏବଂ ଏହାର ଗୁଣ ସଂପର୍କରେ ଆପଣମାନେ ସମସ୍ତେ ଭଲଭାବେ ଅବଗତ ଥିବେ । କିନ୍ତୁ କେବେ ଭାବିଛନ୍ତି କି ଯେଉଁ ପିଆଜ ଚୋପାକୁ ଅଦାକାରୀ ଭାବି ଡଷ୍ଟବିନ ରେ ଫୋପାଡି ଦେଇଥାନ୍ତି, ତାହା ଆପଣଙ୍କ ଶରୀର ପାଇଁ କେତେ ଉପଯୋଗୀ । ଏହା ଶୁଣି ଆଶ୍ଚର୍ଯ୍ୟ ହୋଇ ଯାଉଥିବେ, କିନ୍ତୁ ଏହା ସତ । ଏହି ପିଆଜ ଚୋପା ଅନେକ ସମସ୍ୟାରୁ ରକ୍ଷା କରିଥାଏ । ତେବେ ଆସନ୍ତୁ ଜାଣିବା ସାଧାରଣ ଭାବୁଥିବା ପିଆଜ ଚୋପା ଦ୍ୱାରା କି ଫାଇଦା ହୋଇପାରେ ।
– ପିଆଜ ଚୋପାକୁ ସାରା ରାତି ପାଣିରେ ଭିଜାଇ ରଖନ୍ତୁ ଏବଂ ସକାଳୁ ଉଠି ସେହି ପାଣିକୁ ପିଅନ୍ତୁ । ଏଭଳି ନିୟମିତ ପିଇବା ଦ୍ୱାରା କୋଲେଷ୍ଟ୍ରଲ ନିୟନ୍ତ୍ରଣରେ ରହିଥାଏ । ଆପଣଙ୍କ ଏହାର ସ୍ୱାଦ ଭଲ ଲାଗି ନପାରେ ସେଥିପାଇଁ ଆପଣ ସେଥିରେ ମହୁ ପକେଇ ପିଇ ପାରିବେ ।
– ଯଦି ଆପଣଙ୍କର କୌଣସି ଚର୍ମ ଜନିତ ରୋଗର ସମସ୍ୟା ଅଛି । ତେବେ ରାତିରେ ପିଆଜ ଚୋପାକୁ ପାଣିରେ ଭିଜାଇ ସକାଳୁ ସେହି ପାଣିରେ ଚର୍ମକୁ ସଫା କରନ୍ତୁ । ଏଭଳି ନିୟମିତ କରିବା ଦ୍ୱାରା ଚର୍ମ ସମସ୍ୟା ଦୂର ହୋଇଥାଏ ।
– ମହିଳାମାନେ କଶକୁ ମୁଲାୟମ କରିବା ପାଇଁ ବିଭିନ୍ନ ପ୍ରକାରର ସାମଗ୍ରୀ ବ୍ୟବହାର କରିଥାନ୍ତି । କିନ୍ତୁ ଆପଣ ପିଆଜ ଚୋପର ପାଣି ବ୍ୟବହାର କରି ମଧ୍ୟ କେଶକୁ କୋମଳ କରିପାରିବେ । ସେଥିପାଇଁ ଆପଣ ପ୍ରଥମେ ଖାଲି ପାଣିରେ କେଶକୁ ଧୋଇ ଦିଅନ୍ତୁ, ତାପରେ ସେହି ପିଆଜ ଚୋପା ପାଣିରେ ଆସ୍ତେ ଆସ୍ତେ କେଶକୁ ସଫା କରନ୍ତୁ ।
– ଯଦି ଆପଣଙ୍କ ତ୍ୱଚାରେ କୌଶସି ଦାଗ ଅଛି, ତେବେ ପିଆଜ ଚୋପାକୁ ଗୁଣ୍ଡ କରି ହଳଦୀ ସହ ମିଶାଇ ଦାଗ ଉପରେ ଲଗାନ୍ତୁ । ଏଭଳି କରିବା ଦ୍ୱାରା କିଛି ଦିନ ଭିତରେ ଆପଣଙ୍କ ତ୍ୱାଚାରୁ ଦାଗ ଦୂରେଇ ଯିବ ।
– ଗଳା ସମସ୍ୟାରେ ମଧ୍ୟ ପିଆଜ ଚୋପା ସହାୟକ ହୋଇଥାଏ । ସେଥିପାଇଁ ଆପଣ ଗରମ ପାଣିରେ ପିଆଜ ଚୋପାକୁ ଫୁଟାଇ ଦିଅନ୍ତୁ । ତାହାପରେ ଆପଣ ସେହି ପାଣିକୁ କାଢା ଭଳି ପିଅନ୍ତୁ । ଏହାଦ୍ୱାରା ଆପଣଙ୍କୁ ଆରାମ ମିଳିବ ।