ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ କରୋନାକୁ ମାତ୍ ଦେବା ପାଇଁ ଟୀକାକରଣ ପ୍ରକ୍ରିୟା ଜାରି ରହିଥିବା ବେଳେ ଋଷ ଟୀକା ସ୍ଫୁଟିନିକ ଭି ର ବ୍ୟବହାର ଆଜି ଦେଶରେ ଆରମ୍ଭ କରାଯାଇଛି । ଡକ୍ଟର ରେଡ୍ଡୀ ହ୍ରାଇଦ୍ରାବାଦରେ ସ୍ଫୁଟିନିକ ଭି ର ପ୍ରଥମ ଡୋଜ ବ୍ୟବହାର କରିଛି । ଏନେଇ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ଏହାସହିତ ଡକ୍ଟର ରେଡ୍ଡୀ ଲ୍ୟାବ ପକ୍ଷରୁ କୁହାଯାଇଛି କି, ଭାରତରେ ସ୍ଫୁଟିନିକ ଭି ର ଗୋଟେ ଡୋଜ ୯୯୫ ଟଙ୍କାରେ ମିଳିବ । ଏହି ଟୀକା ପାଇଁ ସେଣ୍ଟ୍ରାଲ ଡ୍ରଗ୍ସ ଲାବ୍ରୋଟରିଜ୍ ପକ୍ଷରୁ ମଞ୍ଜୁରି ମିଳି ସାରିଛି ।
କମ୍ପାନୀ ପକ୍ଷରୁ କୁହାଯାଇଛି କି, ଋଷ ଟୀକା ସ୍ଫୁଟିନିକ ଭିର ପ୍ରଥମ ପର୍ଯ୍ୟାୟ ମେ ପହିଲାରେ ଭାରତରେ ପହଁଚିଥିଲା । ଆହୁରୀ ଏହି ଟୀକା ଭାରତକୁ ଆସିବ । ଏହି ଭ୍ୟାକ୍ସିନର ସର୍ବୋଚ୍ଚ ମୂଲ୍ୟ ୯୪୮ ଟଙ୍କା ହୋଇଥିବା ବେଳେ ଏଥିରେ ୫ ପ୍ରତିଶତ ଜିଏସଟି ଲାଗିବ ।