ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା । ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥିକୁ ଅକ୍ଷୟ ତୃତୀୟା ଭାବେ ପାଳନ କରାଯାଏ । ଏହି ଦିନରେ କୌଣସି ଶୁଭ କାର୍ଯ୍ୟ କଲେ ଅକ୍ଷୟ ଫଳ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି ।
ଆଜିର ଏହି ପବିତ୍ର ଅବସରରେ ଚାଷୀ ଚାଷ କାର୍ଯ୍ୟର ଅନୁକୂଳ କରିଥାଏ । ଚାଷ ପୁଅ ନୂତନ ଗଉଣୀରେ ବିହନ ଭରିକରି ସେହି ଗଉଣିକୁ ମୁଣ୍ଡରେ ଥୋଇ ହଳଲଙ୍ଗଳ ନେଇ ଚାଷ ଜମିକୁ ଯାଇଥାଏ । ସେଠାରେ ସେ ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରି ଭୋଗ ଲଗାଇବା ସହ ସେହି ଭୋଗକୁ କ୍ଷେତର ଇଶାଣ କୋଣରେ ଥୋଇବା ପରେ ହଳ ବୁଲାଇ ବିହନ ବୁଣେ ।
ସେହିପରି ଆଜିଠାରୁ ଶ୍ରୀଜିଉଙ୍କ ରଥକାର୍ଯ୍ୟ ନିର୍ମାଣ କାର୍ଯ୍ୟ ଅନୁକୂଳ ହୋଇଥାଏ । ଏହାସହିତ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଆରମ୍ଭ ହୋଇଥାଏ । ଏହା ଆଜିଠାରୁ ୨୧ ଦିନ ପର୍ଯ୍ୟନ୍ତ ଚାଲିଥାଏ ।