ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆତଙ୍କ ରଚୁଛି କରୋନାର ଦ୍ୱିତୀୟ ଲହରୀ । ଏହାକୁ ଦୃଷ୍ଟିରେ ରଖି ଏବେ ଟୀକାକରଣ ନିହାତି ଆବଶ୍ୟକ । କିନ୍ତୁ ରାଜ୍ୟରେ ଲଗାତର ଭାବେ ଟୀକାର ଅଭାବ ଦେଖାଦେଉଛି । ଯାହାଫଳରେ ରାଜ୍ୟର ସମସ୍ତ ଜିଲ୍ଲାରେ ଟୀକାକରଣ ସଠିକ ଭାବେ ହୋଇ ପାରୁ ନାହିଁ । ସେହିପରି ଆଜି ମଧ୍ୟ ରାଜ୍ୟର ୧୦ ଟି ଜିଲ୍ଲାରେ ଟୀକାକରଣ ବନ୍ଦ ।
ଆଜି ରାଜ୍ୟର ଯେଉଁ ୧୦ଟି ଜିଲ୍ଲାରେ ଟୀକାକରଣ ହେଉନାହିଁ ସେହି ଜିଲ୍ଲା ଗୁଡିକ ହେଉଛି ବାଲେଶ୍ୱର, ଅନୁଗୁଳ, ଜଗତସିଂହପୁର, ଖୋର୍ଦ୍ଧା, ବରଗଡ, କୋରାପୁଟ, ମାଲକାନାଗିରି, ନୟାଗଡ, ରାୟଗଡା ଏବଂ ସୁବର୍ଣ୍ଣପୁର । ଟୀକା ଅଭାବ ଥିବା ହେତୁ ଏହି ଜିଲ୍ଲା ଗୁଡିକରେ ଆଜି ଟୀକାକରଣ ବନ୍ଦ ରହିଛି ।