ଭୁବନେଶ୍ୱର (ଏଟିଆର ବ୍ୟୁରୋ): କରୋନାକୁ ନେଇ ମୁଖ୍ୟ ଶାସନ ସଚିବ ସାମ୍ବାଦିକ ସମ୍ମଳିନୀ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି କି, ଟୀକା ପାଇଁ ଗ୍ଲୋବାଲ ଟେଣ୍ଡର ଆହ୍ୱାନ କରାଯାଇଛି । ଓଡିଶା ପ୍ରଥମ ଯିଏ କି କମ ସମୟ ଭିତରେ ଗ୍ଲୋବାଲ ଟେଣ୍ଡର ଡାକିଛି । ୪ ମାସ ଭିତରେ ଟୀକା ଯୋଗାଇବାକୁ କୁହାଯାଇଛି । ଯେତେଶୀଘ୍ର ଟୀକା ମିଳିବ ସେତେ ଶୀଘ୍ର ରାଜ୍ୟରେ ଟୀକାକରଣ କରାଯିବ । ଏହାସହିତ କରୋନା ନିୟମ ମାନି ଚଳିଲେ ସଂକ୍ରମଣ କମିବ । ନିୟମ ମାନିଲେ ୧୫ ରୁ ୨୦ ଦିନ ମଧ୍ୟରେ ସଂକ୍ରମଣ ନିୟନ୍ତ୍ରଣକୁ ଆସିବ ।
ଆସନ୍ତା ୨୮ ତାରିଖ ମଧ୍ୟରେ କମ୍ପାନୀ ଗୁଡିକ ଟେଣ୍ଡରରେ ସାମିଲ ହେବେ । କରୋନା ମୁକାବିଲା ପାଇଁ ଉଚ୍ଚତମ କମିଟି ଗଠନ କରାଯାଇଛି । ଏହି କମିଟି ଟୀକାକରଣ ଉପରେ ରାଜ୍ୟ ସରକାରଙ୍କୁ ସୂଚନା ଦେବେ । କରୋନାର ଆଗାମୀ ଲହରୀ ପାଇଁ ରାଜ୍ୟସରକାର ପ୍ରସ୍ତୁତ ଅଛନ୍ତି ।
ଗତ ୨ ସପ୍ତାହ ମଧ୍ୟରେ ସଂକ୍ରମଣ ୧୦ ହଜାର ଉପରେ ରହିଛି । କିଛି ଜିଲ୍ଲା ତଥା ପଶ୍ଚିମାଞ୍ଚଳରେ ସଂକ୍ରମଣ ହାର କମିଛି । ଘରେ ରୁହନ୍ତୁ ସତର୍କ ରୁହନ୍ତୁ । ଆବଶ୍ୟକୀୟ ନଥିଲେ ଘରୁ ବାହାରକୁ ବାହାର ନାହିଁ ।