ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କଂଗ୍ରେସ ସାଂସଦ ରାଜିବ ସାତଭଙ୍କ ପରଲୋକ ଘଟିଛି । କିଛି ଦିନ ପୂର୍ବେ ସେ କରୋନାରୁ ସୁସ୍ଥ ହୋଇ ଫେରିଥିଲେ । ଅଚାନକ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଭେଣ୍ଟିଲେଟରରେ ରଖାଯାଇଥିଲା । ତାଙ୍କ ମୃତ୍ୟ ଖବର କଂଗ୍ରେସକୁ ବଡ ଝଟକା ଦେଇଛି । ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି ।
ଋାହୁଲ ଗାନ୍ଧୀ ଟ୍ୱିଟ୍ କରି କହିଛନ୍ତି କି, ମୋର ବନ୍ଧୁ ରାଜୀବ ସାତଭଙ୍କୁ ହରେଇ ମୁଁ ବହୁତ ଦୁଃଖିତ । ସେ ଜଣେ ବିଶାଳ କ୍ଷମତା ସମ୍ପନ୍ନ ନେତା ଥିଲେ । ଯିଏ କଂଗ୍ରେସର ଆଦର୍ଶକୁ ଅସଲି ରୂପ ଦେଇଥିଲେ । ଏହା ଆମ ସମସ୍ତଙ୍କ ପାଇଁ ବହୁତ ବଡ କ୍ଷତି । ତାଙ୍କ ପରିବାର ପ୍ରତି ମୋର ସମବେଦନା ।
କଂଗ୍ରେସ ନେତା ରଣଣୀପ ସୁରଜୱାଲା କହିଛନ୍ତି କି, ନିଶବ୍ଧ! ଆଜି ଜଣେ ଏଭଳି ସାଥୀ ହରେଇଛି । ଯିଏ ଯୁବ କଂଗ୍ରେସରେ ମୋ ସହିତ ସର୍ବସାଧାରଣ ଜୀବନର ପ୍ରଥମ ପଦକ୍ଷେପ ନେଇଥିଲେ ।