ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଜାରି ରହିଛି କରୋନା କୋପ । ରାଜ୍ୟରେ ଆକ୍ରାତଙ୍କ ସଂଖ୍ୟା ବଢି ଚାଲିଥିବ ବେଳେ ଖୋର୍ଦ୍ଧା ଜିଲ୍ଲାରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ହସ୍ପିଟାଲ ଗୁଡିକରେ ବେଡ୍ ମଧ୍ୟ ଭର୍ତ୍ତି ହୋଇଗଲାଣି । ଏହାକୁ ଦୃଷ୍ଟିରେ ରଖି ବେଡ ସଂଖ୍ୟା ବଢାଇବାର ଲକ୍ଷ୍ୟ ର୍ଖିଛି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ଭୁବନେଶ୍ୱରର ହୋଟେଲ ଗୁଡିକରେ ଅସ୍ଥାୟୀ କୋଭିଡ ସେଣ୍ଟର କରିବାକୁ ଯୋଜନା ରଖିଛି ବିଏମସି ।
ସେଥିପାଇଁ ଭୁବନେଶ୍ୱରରେ ଥିବା ପ୍ରମୁଖ ହୋଟେଲ ଗୁଡିକର ମାଲିକ ଏବଂ ହୋଟେଲ ଓ ରେଷ୍ଟୁରାଣ୍ଟ ଆସୋସିଏସନ ପ୍ରତନିଧିଙ୍କ ସହ ଆଲୋଚନା କରିଛନ୍ତି ବିଏମସି କମିଶନର ସଞ୍ଜୟ ସିଂ । ଯୋଜନା କାର୍ଯ୍ୟକ୍ଷମ ହେବା ପରେ କୋଭିଡ ଆକ୍ରାନ୍ତ ତଥା ଯେଉଁମାନଙ୍କ ସାମାନ୍ୟ ଲକ୍ଷଣ ଥିବ ସେମାନେ ଉପକୃତ ହେବେ ।
କେଉଁ ହୋଟେଲକୁ କେଉଁ ଘରୋଇ ହସ୍ପିଟାଲ ସହ ଅନୁବନ୍ଧିତ କରାଯିବ ତାହା ହେଟେଲ ମାଲିକ ଚୟନ କରିବେ । ହୋଟେଲ ଗୁଡିକରେ ସମସ୍ତ ମେଡିକାଲ ସାମଗ୍ରୀ ତଥା, ଚିକିତ୍ସା ଉପକରଣ, ଅକ୍ସିଜେନ ସିଲିଣ୍ଡର ଏବଂଳ ଅନ୍ୟାନ୍ୟ ସାମ୍ରୀ ବିଏମସି ଯୋଗାଇ ଦେବ ।