ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବରିଷ୍ଠ ନାଗରିକଙ୍କ କରୋନା ଟେଷ୍ଟ ଓ ଟୀକାକରଣ ନିମନ୍ତେ ଆଜିଠୁ ରାଜଧାନୀ ଭୁବନେଶ୍ୱରରେ ସ୍ୱତନ୍ତ୍ର ବ୍ୟବସ୍ଥା ଆରମ୍ଭ । ୬୦ ବର୍ଷରୁ ଅଧିକ ବୟସ୍କକ ପାଇଁ ବିଏମସି ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଛି । ଘରେ ଏକୁଟିଆ ରହୁଥିବା ବ୍ୟୟସ୍କ ବ୍ୟକ୍ତି ଯେଉଁମାନେ ଟୀକାକରଣ କେନ୍ଦ୍ର ବା ଟେଷ୍ଟିଂ କେନ୍ଦ୍ରକୁ ଯିବାକୁ ଅକ୍ଷମ ସେମାନେ ୧୯୨୯ ନମ୍ବରରେ ଫୋନ କରି ନାଁ ,ଠିକଣା ସମେତ ସମ୍ପୂର୍ଣ୍ଣ ତଥ୍ୟ ଦେଇ ପାରିବେ । ଏହାପରେ ସେମାନଙ୍କ ଘରେ ପହଁଚିବ ବିଏମସି ମୋବାଇଲ ଟିମ ।
ଯେଉଁ ବ୍ୟକ୍ତିଙ୍କ ଟେଷ୍ଟିଂ କରିବାର ଅଛି ସେମାନଙ୍କ ସାମ୍ପୂଲ ସଂଗ୍ରହ କରି ନେବ ବିଏମସି ଟିମ । ସେହିପରି ଯେଉଁମାନେ ଟୀକାକରଣ କରିବାକୁ ଯାଉଁଛନ୍ତି କିନ୍ତୁ କେନ୍ଦ୍ରକୁ ଯିବା ପାଇଁ ଅକ୍ଷମ ସେମାନେ ୧୯୨୯ କୁ ସକାଳ ୮ଟାରୁ ୧୧ ଭିତରେ କଲ କରିପାରିବେ । ଏହାର ପରଦିନ ବିଏମସି ଟିମ ସେମାନଙ୍କ ଗାଡି ମାଧ୍ୟମରେ ଉକ୍ତ ବ୍ୟକ୍ତିଙ୍କୁ ଗାଡିରେ ଟୀକାକରଣ କେନ୍ଦ୍ରରେ ପହଁଚାଇବା ସହ ଟୀକାକରଣ ସରିବା ପରେ ଘରେ ଆଣି ପହଁଚାଇବ ।