ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମରେ ଭଗବାନ ଶିବଙ୍କୁ ସର୍ବୋଚ୍ଚ ଦେବାତା ବୋଲି କୁହାଯାଇଥାଏ । ଶିବଙ୍କଠାରେ ଜଳାଭିଶେକ କରାଯାଇଥାଏ । ପ୍ରକୃତରେ ଭଗବାନ ଶିବଙ୍କର ଜଳ ସହ କି ସମ୍ବନ୍ଧ ରହିଛି ସେନେଇ ହୁଏତ ଖୁବ୍ କମ ଲୋକ ଜାଣିଥିବେ । ତେବେ ଆଜି ଆସନ୍ତୁ ଜାଣିବା ଏ ବିଷୟରେ କିଛି ରୋଚକ କଥା
– ଭଗବାନ ଶିବଙ୍କଠାରେ ଜଳାଭିଶେକ କରାଯାଏ । ବାସ୍ତବରେ ଜମାଟ ବାନ୍ଧିଥିବା ଜଳ ଅର୍ଥାତ ବରଫ ଯୁକ୍ତ କୈଳାଶ ପର୍ବତ ଉପରେ ନିବାସ କରିଥାନ୍ତି ଶିବ ।
– ଶିବଙ୍କର ପ୍ରିୟ ମାସ ହେଉଛି ଶ୍ରାବଣ । ଏହି ମାସ ସରା ବର୍ଷା ହୋଇଥାଏ ।
– ଶିବଙ୍କର ଅନେକ ମନ୍ଦିର ରହିଛି ଯେଉଁଠି ଶିବଲିଙ୍ଗ ପାଣି ଭିତରେ ବୁଡିକି ରହିଛନ୍ତି ଏବଂ ସେହି ଲିଙ୍ଗ ଉପରେ ଝରଣା ପାଣି ବୋହିଥାଏ ।
– ଅମରନାଥରେ ଯେଉଁ ବରଫ ଶିବଲିଙ୍ଗ ନିର୍ମିତ ହୋଇଥାଏ ତାହା ଗୋଟେ ଗୋଟେ ବୁନ୍ଦା ପାଣିରୁ ହିଁ ନିର୍ମିତ ହୋଇଥାଏ ।
– ଶିବଙ୍କ ମସ୍ତକରେ ଗଙ୍ଗା ଏବଂ ଚନ୍ଦ୍ର ବିରାଜିତ । ଯାହା ଜଳ ସହ ସମ୍ବନ୍ଧିତ ।
– ସମୁଦ୍ର ମନନ୍ଥ ସମୟରେ ବାହାରିଥିବା ହଳାହଳ ବିଷକୁ ପିଇବା ଦ୍ୱାରା ଶିବଙ୍କ ଶରୀରରେ ଉତାପ ବଢି ଯାଇଥିଲା ତାଙ୍କ ମସ୍ତକ ଗରମ ହୋଇଯାଇଥିଲା । ବିଷର ପ୍ରଭାବ କମ କରିବା ପାଇଁ ତଙ୍କ ମସ୍ତକରେ ଜଳ ଚଢାଯାଇଥିଲା ।
– ଅନେକ ମନ୍ଦିରରେ ଶିବଲିଙ୍ଗ ଉପରେ କଳଶ ଟଙ୍ଗା ଯାଇଥାଏ, ସେଥିରୁ ୨୪ ଘଣ୍ଟା ଯାଏଁ ପାଣି ବୋହିଥାଏ । ସେଥିପାଇଁ ଶିବଲିଙ୍ଗ ଜଳାଭିଶେକ କରିବା ଦ୍ୱାରା ଉତ୍ତମ ଫଳ ମିଳିଥାଏ ।
– ଶିବ ପୁରାଣ ଅନୁସାରେ ଜଳ ହିଁ ଶିବ ଏବଂ ଶିବ ହିଁ ଜଳ ।