ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ୬ ମାସ ଶୀତକାଳୀନ ଅବକାଶ ପରେ ଖୋଲିଲା ବଦ୍ରିନାଥ ଧାମ । କରୋନା କାଳ ମଧ୍ୟରେ ବିନା ଭକ୍ତରେ ଖୋଲିଛି ଧାମ । ମଙ୍ଗଳବାର ଭୋର ୪ ଟା ୧୫ ମିନିଟରେ ମେଷ ଲଗ୍ନ ପୁଷ୍ୟା ନକ୍ଷତ୍ରରେ ବଦ୍ରିନାଥ ଧାମର ଦ୍ୱାରା ଖୋଲା ଯାଇଛି ।
ପ୍ରାୟତଃ ରାତି ତିନି ଟାରୁ ଦ୍ୱାର ଫିଟା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିଲା । ଧାମର ମୁଖ୍ୟ ପୂଜାରୀ ମା ଲକ୍ଷ୍ମୀଙ୍କୁ ବିଷ୍ଣୁଙ୍କ ମନ୍ଦିରରୁ ବିଦା କରିବା ପରେ ତାଙ୍କୁ ମୂଳ ମନ୍ଦିରରେ ବିରାଜମାନ କରାଇଥିଲେ । ଏହାପରେ କୁବେର ତାଙ୍କ ମୂଳ ସ୍ଥାନରେ ଗର୍ଭ ଗୃହରେ ବିରାଜମାନ ହୋଈଥିଲେ ।
ଭଗବାନ ବଦ୍ରି ବିଶାଲଙ୍କ ଦ୍ୱାର ଖୋଲିବା ପରେ ପ୍ରଥମ ଅଭିଶେକ ପ୍ରଧାନମନ୍ତ୍ରୀ ନରେନ୍ଦ୍ରୀ ମୋଦିଙ୍କ ନାଁରେ କରାଯାଇଛି । କରୋନା ପାଇଁ ଅନେକ ଲୋକ ଅନଲାଇନ ମାଧ୍ୟମରେ ବଦ୍ରି ବିଶାଲଙ୍କ ପୂଜା କରିଛନ୍ତି ।