ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସାମୁଦ୍ରିକ ଝଡ ‘ତୌକତେ’ ପରେ ଏବେ ଆଉ ଏକ ବାତ୍ୟାର ଆଶଙ୍କା । ଆରବ ସାଗରରେ ଲଘୁଚାପ ସୃଷ୍ଟି ହୋଇ ବାତ୍ୟା ତୌକତେର ରୂପ ନେବା ପରେ ଏବେ ବଙ୍ଗୋପସାଗରେ ଦାନା ବାନ୍ଧୁଛି ଲଘୁଚାପ । ବଙ୍ଗୋପସାଗରେ ଆସନ୍ତା ୭ ଦିନ ମଧ୍ୟରେ ଲଘୁଚାପ ସୃଷ୍ଟି ହେବ । ଏହାପରେ ଏହା ଧୀରେ ଧୀରେ ଘନିଭୂତ ହୋଇ ବାତ୍ୟାରେ ପରିଣତ ହେବ ବୋଲି ଆଶଙ୍କା କରାଯାଉଛି । ଆସନ୍ତା ୨୩ ତାରିଖରେ ବାତ୍ୟାର ରୂପରେଖ ନେଇ ସ୍ପଷ୍ଟ ହେବ । ଏନେଇ ଭୂ-ବିଜ୍ଞାନ ମନ୍ତ୍ରାଳୟର ସଚିବ ମାଧବନ ରାଜୀବନ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି ।
ବାତ୍ୟା ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟିକରଣ ହୋଇନାହିଁ । ସ୍ଥିତି ଉପରେ ନଜର ରଖାଯାଇଛି । ମେ ମାସରେ ପ୍ରତି ବର୍ଷ ବାତ୍ୟା ହେଉଥିବାରୁ ଲଘୁଚାପ ସୃଷ୍ଟି ହେଲେ ଏହା ବାତ୍ୟାର ହେବାର ଆଶଙ୍କା ଥାଏ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ।