ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଚଳିତବର୍ଷ ଟ୍ୱିଟରରେ ସାମିଲ କରାଯିବ ନୂତନ ପବ୍ଲିକ ଭେରିଫିକେସନ ପ୍ରୋସେସ । ଅବଶ୍ୟ ଏନେଇ ପର୍ଯ୍ୟନ୍ତ କୌଣସି ନିର୍ଦ୍ଧାରି ତାରିଖ ଘୋଷଣା କରିନି କମ୍ପାନୀ । ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି କି ପବ୍ଲିକ ଭେରିଫିକେସନ ପ୍ରୋସେସ କଣ? ତେବେ ଆମ କହି ରଖିବୁ କି ଏହା ଜରିଆରେ ଟ୍ୱିଟର ଆପଣଙ୍କୁ କିଛି ପ୍ରଶ୍ନ ପଚାରିବ ଯାହା ବଦଳରେ ଆପଣଙ୍କ ଆକାଉଣ୍ଟ ଭେରିଫାଇ କରାଯିବ ।
ପ୍ରଥମ ପର୍ଯ୍ୟାୟରେ ୭ ପ୍ରକାରର ଆକାଉଣ୍ଟ ଭେରିଫାଇ କରାଯିବ । ଯେଉଁଥିରେ ସରକାରୀ କମ୍ପାନୀ, ବ୍ରାଣ୍ଡସ, ନନ୍ ପ୍ରଫିଟି ଅର୍ଗାନାଇଜେସନ, ମିଡିଆ ସମ୍ବନ୍ଧିତ ଲୋକ, ଏଣ୍ଟରଟେଣ୍ଟମେଣ୍ଟ, ସ୍ପୋର୍ଟସ, ଅର୍ଗାନାଇଜର ଏବଂ ଅନ୍ୟ ପ୍ରଭାବଶାଳୀ ବ୍ୟକ୍ତି ଶାମିଲ ହେବେ । ଏହାସହିତ ଯାହାଙ୍କର ଅଧିକ ଫଲୋର୍ସ ଥିବେ ତାଙ୍କର ମଧ୍ୟ ଭେରିଫାଇ କରାଯିବ ।
ଯେଉଁମାନେ ତାଙ୍କ ଟ୍ୱିଟର ଆକାଉଣ୍ଟ ଭେରିଫାଇ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ତାଙ୍କର ଏକ ପରିଚୟ ପତ୍ର କମ୍ପାନୀକୁ ଦେବାକୁ ହେବ, ଯେଉଁଥିରେ ତାଙ୍କର କ୍ୱାଲିଫିକେସନର ତଥ୍ୟା ଥିବ ।