ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସ୍ମାର୍ଟଫୋନ କମ୍ପାନୀ ପୋକୋ ତାର ନୂତନ ସ୍ମାର୍ଟଫୋନ ପୋକୋ ଏମ୩ ପ୍ରୋ ଲଞ୍ଚ କରିଛି । ନିକଟରେ ବଜାରରେ ଲଞ୍ଚ ହୋଇଥିବା ରିଅଲମି ୮ ୫ଜି ସହ ଏହି ଫୋନର ମୁକାବିଲା ହେବ ବୋଲି କୁହାଯାଉଛି । ସେହିପରି ପୋକୋ ଏମ୩ ପ୍ରୋ ରେ ୬.୫ ଇଞ୍ଚର ଫୁଲ ଏଚଡି ଡିସପ୍ଲେ ଏଲସିଡି ସହିତ ୯୦ଏଚଜେଡ ର ରିଫ୍ରେଶ ସପୋର୍ଟ ଦିଆଯାଇଛି । ଏହାସହିତ ଏହି ଫୋନରେ ଡାୟନାମିକ ସ୍ୱିଚ୍ ଫିଚର ବିଶିଷ୍ଟ ଡିସପ୍ଲେ ଦିଆଯାଇଛି । ଯାହା ୧୧୦୦ ନିଟ୍ସର ପିକ୍ ବ୍ରାଇଟନେଓ ସପୋର୍ଟ କରିବ ।
ଯଦି ଏହି ଫୋନର ପ୍ରୋସେସର କଥା କହିବା ତେବେ ଏହା ମେଡିଆଟେକ ଡିମେନସିଟି ୭୦୦ ଏସଓସିରେ କାମ କରିବ । ଏହାସହିତ ଏଥିରେ ଗ୍ରାଫିକ୍ସ ପାଇଁ ମେଲ-ଜି୫୭ ଏମସି୨ ଜିପିୟୁ ବ୍ୟବହାର କରାଯାଇଛି । ଏଥିରେ ୫ଜି ଷ୍ଟୋରେଜ ମେମୋରି ରହିଛି । ୪ଜିବି ର୍ୟାମ ସହିତ ୬୪ଜିବି ଇଂଟରନାଲ ମେମୋରୀ ଏବଂ ୬ଜିବି ର୍ୟାମ ସହିତ ୧୨୮ ଜିବି ଇଂଟରନାଲ ମେମୋରୀ ରହିଛି ।
ଏହି ଫୋନର ୬୪ ଜିବି ଭ୍ୟାରିଏଣ୍ଟର ଦାମ ୧୬୦୦୦ ରହିଥିବା ବେଳେ ୧୨୮ଜିବି ଭ୍ୟାରିଏଣ୍ଟର ଦାମ୍ ରହିଛି ୧୭୭୫୦ ।