ପୁରୀ (ଏଟିଆର ବ୍ୟୁରୋ): ରଥଖଳାରେ କରୋନା । ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ୩ ଜଣ ମହାରଣା କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୫ ଜଣ ଭୋଇ ସେବକ ମଧ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କୁ ଏବେ ସଂଙ୍ଗରୋଧରେ ରଖାଯାଇଛି । ଏନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା ସୂଚନା ଦେଇଛନ୍ତି ।
୮ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ରଥ ନିର୍ମାଣ ଓ ରଥଯାତ୍ରା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଜି ଏକ ସମୀକ୍ଷା ବୈଠକ କରିଛନ୍ତି । ଏହି ବୈଠକରେ ପୁରୀ ଜିଲ୍ଲାପାଳ, ବରିଷ୍ଠ ପ୍ରଶାସନିକ ଅଧିକାରୀ , ୩ ରଥର ମୁଖ୍ୟ ମହାରଣା, କମାର ସେବାୟତ ଭୋଇ ସର୍ଦ୍ଦାର ସାମିଲ ହୋଇଛନ୍ତି ।
ଅନ୍ୟପଟେ ରଥକାର୍ଯ୍ୟ କରୋନା କଟକଣା ସହିତ ଚାଲିଛି । ରଥଖଳାରେ ନିୟୋଜିତ ସମସ୍ତ ସେବାୟତ ପ୍ରଥମ ଡୋଜ ଟୀକା ନେଇ ସାରିଛନ୍ତି ।