ପୁରୀ (ଏଟିଆର ବ୍ୟୁରୋ): ରଥଖଳାରେ ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ । ଏହାରି ମଧ୍ୟରେ ଜଣକ ପରେ ଜଣେ ସେବାୟତ କରୋନା ଆକ୍ରାନ୍ତ ହେଉଛନ୍ତି । ଗତକାଲି ୮ ଜଣ ସେବାୟତ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ସେହିପରି ଆଜି ପୁଣି ଜଣେ ମହାରଣା ଓ ଭୋଇ ସେବକ କରୋନା ସଂକ୍ରମିତ ହୋଇଛନ୍ତି । କିନ୍ତୁ ସଂକ୍ରମିତ ସେବାୟତ ରଥ ନିର୍ମାଣ କରୁନଥିବାର ସୂଚନା ଦେଇଛନ୍ତି ଜିଲ୍ଲାପାଳ ।
ଏପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ମୋଟ ୨୦ ସେବାୟତ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଛନ୍ତି ।
ସେପଟେ ଜଣକ ପରେ ଜଣେ ପଜିଟିଭ ଚିହ୍ନଟ ହେବା ପରେ ରଥଖଳାକୁ ବାୟୋ ବବଲ ସୁରକ୍ଷା ବଳୟରେ ରଖିଛି ପ୍ରଶାସନ । ରଥଖଳା ଭିତରକୁ କେବଳ ରଥନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ସେବାୟତଙ୍କୁ ଛାଡିଦେଲେ ଅନ୍ୟ କାହାରିକୁ ପ୍ରବେଶ ପାଇଁ ଅନୁମତି ନାହିଁ ।