ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମେ ୨୬ରେ ଲାଗିବାକୁ ଯାଉଛି ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ । ସବୁଠାରୁ ବଡ କଥା ହେଉଛି ଗ୍ରହଣ ଲାଗିବା ଦ୍ୱାରା ରାଶି ଉପରେ ମଧ୍ୟ ପ୍ରଭାବ ପଡିଥାଏ । ଏହି ଚନ୍ଦ୍ରଗ୍ରହଣ ଉପଛାୟା ଚନ୍ଦ୍ରଗ୍ରହଣ ହେବ । ତେଣୁ ଚନ୍ଦ୍ରଗ୍ରହଣରେ ସୂତକ ଅବଧି ହେବ ନାହିଁ । କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, କିଛି ରାଶିର ଲୋକଙ୍କ ଉପରେ ଏହି ଗ୍ରହଣର ଅଶୁଭ ପ୍ରଭାବ ପଡିପାରେ । ସେଥିପାଇଁ ଏହି ରାଶିର ଲୋକଙ୍କୁ ସତର୍କ ରହିବାକୁ ହେବ । ତେବେ ଆସନ୍ତୁ ଜାଣିବା ସେହି ରାଣି ଗୁଡିକ ବିଷୟରେ, ଯେଉଁ ରାଶିରେ ଅଶୁଭ ପ୍ରଭାବ ପଡିପାରେ ।
ମିଥୁନ ରାଶି: ଚନ୍ଦ୍ରଗ୍ରହଣର ଅଶୁଭ ପ୍ରଭାବ ଯୋଗୁଁ ମିଥୁନ ରାଶିର ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇପାରେ । ଏହି ଅବସରରେ ବ୍ୟକ୍ତିଙ୍କୁ ମାନସିକ ଚିନ୍ତାର ସାମ୍ନା କରିବାକୁ ପଡିପାରେ । ସେଥିପାଇଁ ସତର୍କତା ଅବଲମ୍ବନ କରିବା ଉଚିତ୍ ।
ସିଂହ ରାଶୀ: ଏହି ରାଶିର ଲୋକଙ୍କୁ ନିଜ ପ୍ରେମ ସମ୍ବନ୍ଧନକୁ ନେଇ ସାବଧାନ ରହିବା ଉଚିତ୍ । ଚନ୍ଦ୍ରଗ୍ରହଣର ଖରାପ ପ୍ରଭାବ ପ୍ରେମ ସମ୍ପକକୁ ବିଗାଡି ପାରେ । ଏହାସହିତ ମାତାପିତାଙ୍କ ସହିତ ଜଗି ରଖି କଥା ହେବା ଉଚିତ୍ । କୌଣସି ମାମଲାକୁ ନେଇ ମାତାପିତାଙ୍କ ସହିତ ବିବାଦ ହୋଇପାରେ ।
କୁମ୍ଭ ରାଶି: ଚନ୍ଦ୍ର ଗ୍ରହଣର ଅଶୁଭ ପ୍ରଭାବ ହେତୁ କୁମ୍ଭ ରାଶିର ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇପାରେ । ଗାଡି ଚଳାଇବା ସମୟରେ ସାବଧନତ ଅବଲମ୍ବନ କରିବା ଉଚିତ୍ । ଏହାସହିତ ବୁଝି ସୁଛି କୌଣସି ନିଷ୍ପତି ନେବେ । ସେହିପରି ବ୍ୟବସାୟରେ କ୍ଷତି ସହି ପାରନ୍ତି ।
ବିଛା ଋାଶି: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ରାଶିର ବ୍ୟକ୍ତିଙ୍କ ଉପରେ ଚନ୍ଦ୍ରଗ୍ରହଣ ଅଶୁଭ ପ୍ରଭାବ ହେତୁ କାର୍ଯ୍ୟରେ ବାଧା ଉପୁଜିପାରେ । ଜୀବନ ସମସ୍ୟା ଆସିପାରେ । କୌଣସି ବାଦ-ବିବାଦରେ ଫସିବାର ସମ୍ଭବନା ରହିଛି । ସେଥିପାଇଁ ସତର୍କତା ଅବଲମ୍ବନ କରନ୍ତୁ ।