ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଅପଣଙ୍କ ରୋଷେଇ ଘରେ ବିଭିନ୍ନ ପ୍ରକାରର ମସଲା ସାମଗ୍ରୀ ଉପଲବ୍ଧ ଥିବ । ସେଥି ମଧ୍ୟରୁ ଏକ ସାମଗ୍ରୀ ହେଉଛି ଗୁଜୁରାତି ।ଏହାକୁ ଖାଦ୍ୟରେ ଟେଷ୍ଟ ବଢାଇବା ପାଇଁ ବ୍ୟବହାର କରାଯାଇଥାଏ । ଏହାବ୍ୟତୀତ ଶରୀର ପାଇଁ ମଧ୍ୟ ଏହା ଲାଭଦାୟକ । ହେଲେ ଆପଣ ଜାଣିଛନ୍ତି କି ? ଅଧିକ ଗୁଜୁରାତି ସେବନ କରିବା ଦ୍ୱାରା ସ୍ୱାସ୍ଥ୍ୟ ପ୍ରତି ହାନୀକାରକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଗୁଜୁରାତି ଆମ ସ୍ୱାସ୍ଥ୍ୟ ପାଇଁ କିପରି ହାନୀକାରକ ।
• ଅଧିକ ମାତ୍ରାରେ ଗୁଜୁରାତି ସେବନ କରିବା ଦ୍ୱାରା ଆପଣଙ୍କୁ ସଂକ୍ରମଣ ଭଳି ସମସ୍ୟାର ସମୁଖୀନ ହେବାକୁ ପଡିପାରେ । ଯେପରି: କୁଣ୍ଡିଆ, ଲାଲି ଦାଗ, ଚର୍ମ ସମସ୍ୟା ଆଦି ।
• ବେଳେ ବେଳେ ଔଷଧ ଖାଇବା ପରେ ପାଟି ପିତା ଲାଗିଥାଏ, ସେଥିପାଇଁ କିଛି ବ୍ୟକ୍ତି ପାଟିରେ ଗୁଜୁରାତି ପକାଇଥାନ୍ତି । ପ୍ରକୃତରେ ଔଷଧ ଖାଇବା ପରେ ବିଲକୁଲ୍ ଗୁଜୁରାତି ଖାଆନ୍ତୁ ନାହିଁ । ଏହା ଶରୀର ପ୍ରତି ହାନୀକାରକ ହୋଇଥାଏ । କାରଣ ଔଷଧ ଖାଇ ସାରିବା ପରେ ଗୁଜୁରାତି ଖାଇବା ଦ୍ୱାରା ରିଆକ୍ସନ ହେବାର ସମ୍ଭାବନ ରହିଥାଏ । ଏହାଫଳରେ ଟେନସନ କମ୍ ହେବା ବଦଳରେ ଅଧିକ ବଢିଥାଏ ।
• ଯେଉଁ ଲୋକଙ୍କ ଷ୍ଟୋନ ସମସ୍ୟା ରହିଛି, ସେମାନେ ଗୁଜୁୁରାତି ସେବନ ନକରିବା ବହୁତ ଭଲ । କାରଣ ଅଧିକ ମାତ୍ରାର ଗୁଜୁରାତି ଖାଇବା ଦ୍ୱାରା ଛୋଟ ଛୋଟ ଦାନା ଏକତ୍ରିତ ହୋଇ ଷ୍ଟୋନ ରୂପରେ ପରିଣତ ହେବାର ଆଶଙ୍କା ଅଧିକ ଥାଏ ।