ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବାତ୍ୟା ୟାସ୍ ପାଇଁ ଭୁବନେଶ୍ୱର ଓ ରାଉଲକେଲାରେ ଟୀକାକରଣ ବନ୍ଦ ରହିଥିଲା । ବାତ୍ୟା ଯିବା ପରେ ଏବେ ଭୁବନେଶ୍ୱର ଓ ରାଉଲକେଲାରେ ପୁର୍ନବାର ଟୀକାକରଣ କାର୍ଯ୍ୟ ଆରମ୍ଭ ହୋଇଛି ।
ଗୁରୁବାର ଓ ଶୁକ୍ରବାର ବିଏମସି ବା ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ ଅଧୀନରେ ଥିବା ସମସ୍ତ କେନ୍ଦ୍ରରେ ଟୀକାକରଣ ଅନୁଷ୍ଠିତ ହେବ । ସେହିପରି ଡ୍ରାଇଭଇନ୍ ଟୀକାକରଣ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ ।
ମେ ୨୬ ପାଇଁ ଭୁବନେଶ୍ୱରରେ ଯେଉଁମାନେ ସ୍ଲାଟ ବୁକ୍ କରିଥିଲେ ସେମାନେ ମେ ୨୯ ରେ ଟୀକା ନେଇପାରିବେ । ଏହି ସ୍ଲିପ ତାଙ୍କର ୨୯ ତାରିଖ ଯାଏଁ କାର୍ଯ୍ୟ କରିବ । ଅନ୍ୟପଟେ ରାଉଲକେଲାରେ ମଧ୍ୟ ୨୬ ରେ ବୁକ୍ କରିଥିବେ ବ୍ୟକ୍ତି ୨୯ ରେ ଟୀକା ନେଇ ପାରିବେ ।