ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଡିଆରଡିଓ ଦ୍ୱାରା ବିକଶିତ କରାଯାଇଥିବା କରୋନା ଔଷଧ ଟୁ-ଡିଜିର ମୂଲ୍ୟ ନିର୍ଦ୍ଧାରିତ । ଡକ୍ଟର ରେଡ୍ଡୀ ଲାବ୍ରୋଟୋରୀ ଦ୍ୱାରା ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି । ଏହି ଔଷଧର ମୂଲ୍ୟ ୯୯୦ ଟଙ୍କା ଯାଇଛି । ଅବଶ୍ୟ ସରକାରୀ ହସ୍ପିଟାଲ ଦ୍ୱାରା ରିହାତି ମୂଲ୍ୟରେ ଯୋଗାଇ ଦିଆଯିବ ଔଷଧ ।
ଏହି ଟୁ-ଡିଜି ଔଷଧ ହେଉଛି ଓରାଲ ଆଣ୍ଟିଭାଇରାଲ ଔଷଧ । ଏହା କରୋନା ରୋଗୀ ପାଇଁ ଖୁବ୍ ପ୍ରଭାବଶାଳୀ । ବହୁତ ଶୀଘ୍ର ଏହାଦ୍ୱାରା ରୋଗୀ ଭଲ ହୋଇ ଯାଉଛନ୍ତି । ପ୍ରତିରକ୍ଷା ମନ୍ତ୍ରାଳୟ ଦ୍ୱାରା ମେ ୧୭ ତାରିଖରେ ଏହି ଔଷଧର ଆରମ୍ଭ ହୋଇଥିଲା ।
କରୋନାର ମଧ୍ୟମ ଏବଂ ଗମ୍ଭୀର ଲକ୍ଷଣ ଥିବା ରୋଗୀଙ୍କ ପାଇଁ ଏହି ଟୁ-ଡିଜି ଔଷଧକୁ ଜରୁରୀକାଳୀନ ବ୍ୟବହାର ଲାଗି ଡିସିଜିଆଇ ପକ୍ଷରୁ ମଧ୍ୟ ମଞ୍ଜୁରୀ ମିଳିସାରିଛି ।