ସମ୍ବଲପୁର (ଏଟିଆର ବ୍ୟୁରୋ): ରାଜ୍ୟରେ ଜାରି ରହିଛି କରୋନାର ଦ୍ୱିତୀୟ ଲହର । ଏଥିରେ ଶିଶୁ ମାନେ ମଧ୍ୟ ସଂକ୍ରମିତ ହେଉଛନ୍ତି । ଏହାସହିତ ଆଗକୁ ତୃତୀୟ ଲହର ଆସୁଥିବା ବେଳେ ଏହି ଲହରରେ ଅଧିକ ଶିଶୁ ସଂକ୍ରମିତ ହେବେ ବୋଲି ବିଶେଷଜ୍ଞମାନେ ଆକଳନ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ବୁର୍ଲା ଭୀମସାରରେ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ଖୋଲିବା ପାଇଁ ଯୋଜନା କରୁଛନ୍ତି ମେଡିକାଲ କର୍ତ୍ତୃପକ୍ଷ ।
ଏହି ଲହରରେ ବୁର୍ଲା ଭୀମସାରରେ ଅଧିକ ଶିଶୁ କରୋନାରେ ସଂକ୍ରମିତ ହୋଇଛନ୍ତି । ଏପର୍ଯ୍ୟନ୍ତ ପାଖାପଖି ୪୬ ଜଣ ଶିଶୁ କରୋନା ଆକ୍ରାନ୍ତ ହୋଇଛନ୍ତି । ସମସ୍ତଙ୍କ ବୟସ ପ୍ରାୟ ୧୨ ବର୍ଷ ଭିତରେ ରହିଥିବା ବେଳେ ୫ ବର୍ଷରୁ କମ ବୟସର ଶିଶୁ ମଧ୍ୟ ରହିଛନ୍ତି । ସେହିପରି ଶିଶୁୁଙ୍କ ପାଇଁ ୧୫ ପ୍ରତିଶତ ବେଡ ସଂରକ୍ଷଣ ପାଇଁ ସରକାର କହିଥିବା ସୂଚନା ରହିଛି ।