ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଶନିବାରକୁ ନ୍ୟାୟର ଦେବତା ଶନିଦେବଙ୍କୁ ସମର୍ପିତ କରାଯାଇଛି । ଶାସ୍ତ୍ରରେ ଶନିଙ୍କୁ ନ୍ୟାୟାଧିଶ ବୋଲି କୁହାଯାଇଛି । କୁହାଯାଏ କି ବ୍ୟକ୍ତିଙ୍କ କର୍ମ ଅନୁସାରେ ହିଁ ତାଙ୍କ ଫଳ ଦେଇଥାନ୍ତି ଶନି । ମାନ୍ୟତା ରହିଛି କି ଯଦି ଶନିଦେବ କୌଣସି ବ୍ୟକ୍ତିଙ୍କ ଉପରେ ପ୍ରସନ୍ନ ହୋଇଥିବେ ତାକୁ ରଙ୍କରୁ ରାଜା ମଧ୍ୟ କରିଥାନ୍ତି କିନ୍ତୁ ଯଦି ଯେ ଅସନ୍ତୋଷ ହୋଇଥିବେ ତେବେ ରାଜା କୁ ବି ରଙ୍ଗ କରାଇବାରେ ସେ ବିଳମ୍ବ କରନ୍ତି ନାହିଁ । ଏହାସହିତ ଶନିବାର ଦିନ ଶନିଙ୍କ ସହ ଜଡିତ କିଛି ଜିନିଷ ଦାନ କରିବା ଦ୍ୱାରା ଶନିଦେବ ପ୍ରସନ୍ନ ହୋଇଥାନ୍ତି ଏବଂ ସମସ୍ତ ସମସ୍ୟାରୁ ମୁକ୍ତି ଦେଇଥାନ୍ତି । ତେବେ ଆସନ୍ତୁ ଜାଣିବା କେଉଁ ଜିନିଷ ଦାନ କରିବା ଦ୍ୱାରା ଶନି ପ୍ରସନ୍ନ ହୋଇଥାନ୍ତି ।
– ଶନିଦେବଙ୍କ ପାଇଁ ସୋରିଷ ତେଲ ଦାନା କରିବା ଶୁଭ ହୋଇଥାଏ । ଯଦି କୌଣସି କାମ ଆପଣଙ୍କ ଅଟକି ରହିଛି, ଜୀବନରେ ସଫଳତା ମିଳୁନାହିଁ ତେବେ ସୋରିଷ ତେଲ ନିହାତି ଭାବେ ଦାନ କରନ୍ତୁ । ଶନିବାର ସକାଳୁ ଲୁହା ବାସନରେ ସୋରିଷ ତେଲ ଏବଂ ସେଥିରେ ଗୋଟେ ଲୁହା ପକାନ୍ତୁ । ଏହାପରେ ସେହି ତେଲରେ ନିଜ ମୁହଁକୁ ଦେଖି କୌଣସି ଗରିବକୁ ଦାନ କରି ଦିଅନ୍ତୁ । ଏହାସହିତ ଓସ୍ତଗଛ ମୂଳେ ସୋରିଶ ତେଲ ଦୀପ ଜଳାନ୍ତୁ ।
– ଶନିବାର ସନ୍ଧ୍ୟା ସମୟରେ କଳା ବିରି ବା କଳା ରାଶି ଗରିବ ଲୋକଙ୍କୁ ଦାନ କରି ଦିଅନ୍ତୁ । ଏହାଦ୍ୱାରା ଆର୍ଥିକ ସମସ୍ୟା ଦୂର ହେବ । ଏଭଳି ୫ ଶନିବାର କରିବା ଉଚିତ୍ । କିନ୍ତୁ ଧ୍ୟାନ ରଖିଥିବେ କି ଦାନ କରିବା ଦିନ ଏହାକୁ ସେବନ କରିବେ ନାହିଁ ।
– ଶନିଙ୍କ ସମସ୍ୟା ପାଇଁ ଦିଆଯାଉଥିବା ଦାନ ମଧ୍ୟରେ ରୋଷେଇର ଲୁହା ବାସନକୁ ବିଶେଷ ଗୁରୁତ୍ୱ ଦିଆଯାଇଛି । ଶନିବାର ସନ୍ଧ୍ୟାରେ ଜଣେ ଗରିବ ଲୋକକୁ ଏକ ପ୍ୟାନ, କଡେଇ କିମ୍ବା ଲୁହା ବାସନ ଦାନ କରି ଦୁର୍ଘଟଣାର ପରିମାଣକୁ ରୋକାଯାଇପାରିବ ବୋଲି ବିଶ୍ୱାସ କରାଯାଏ।
– ଯଦି ଆପଣଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଅଛି । ତେବେ କଳା ପୋଷାକ ଦାନ କରନ୍ତୁ । ଶନିବାର ସନ୍ଧ୍ୟାରେ ଜଣେ ଗରିବ ଲୋକକୁ କଳା ପୋଷାକ ଏବଂ ଜୋତା ଦାନ କରନ୍ତୁ ଏହାଦ୍ୱାରା ଆପଣଙ୍କର ଫାଇଦା ହେବ ।
– ପ୍ରତି ଶନିବାର ସାତ ପ୍ରକାରର ଶସ୍ୟ ଦାନ କରିବା ଦ୍ୱାରା ଶନି ଦୋଶ ର ପ୍ରଭାବ କମ ହୋଇଥାଏ । ଶସ୍ୟ ଦାନରେ ଆପଣ ଗହମ, ଚାଉଳ, ଯଅ, ମକା, ବାଜରା, ଚଣା ଏବଂ କଳା ବିରି ଆଦି ସାମିଲ କରିପାରିବେ ।