ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜିକାଲି ରକ୍ତଚାପ ଏକ ସାଧାରଣ ସମସ୍ୟା । ପ୍ରାୟତ୍ୟ ଅନେକ ବ୍ୟକ୍ତିଙ୍କଠାରେ ଏହି ସମସ୍ୟା ଦେଖିବାକୁ ମିଳିଥାଏ । ଖରାପ ଜୀବନଶୈଳୀ ଏବଂ ଖାଦ୍ୟପାନୀୟ ହେତୁ ଏହି ସମସ୍ୟା ଦ୍ରୁତ ବେଗରେ ବ୍ୟାପିଥାଏ । ସୁସ୍ଥ ଜୀବନ ବଞ୍ଚିବା ପାଇଁ ହେଲେ ରକ୍ତଚାପ ନିୟନ୍ତ୍ରଣରେ ରହିବା ନିହାତି ଜରୁରୀ । ଅବଶ୍ୟ ଏହି ସମସ୍ୟା କିଛି ଲୋକଙ୍କ ପାଇଁ ସାଧାରଣ ସମସ୍ୟା ଲାଗିପାରେ । କିନ୍ତୁ ଯଦି ଆପଣ ରକ୍ତଚାପ ନିୟନ୍ତ୍ରଣରେ ନରଖିବେ ତେବେ ଏହାଦ୍ୱାରା ହାର୍ଟ ଏବଂ କିଡନୀ ରୋଗ ହେବାର ବିପଦ ଅଧିକ ରହିଥାଏ । କିଛି ଲୋକ ରକ୍ତଚାପକୁ ନିୟନ୍ତ୍ରଣ କରିବା ପାଇଁ ନିୟମିତ ଔଷଧ ସେବନ କରିଥାନ୍ତି କିନ୍ତୁ ଆପଣ ଚାହିଁଲେ ଘରୋଇ ଉପାୟ ମାଧ୍ୟମରେ ଏହାକୁ ନିୟନ୍ତ୍ରଣ କରିପାରିବେ ।
ଲେମ୍ବୁ ପାଣି ପିଇବା ଦ୍ୱାରା ଉଚ୍ଚ ରକ୍ତଚାପର ସମସ୍ୟା ନିୟନ୍ତ୍ରଣରେ ରହିଥାଏ । ରକ୍ତଚାପ ସମସ୍ୟାକୁ ନିୟନ୍ତ୍ରଣରେ ରଖିବା ପାଇଁ ପ୍ରତିଦିନ ସକାଳେ ଏକ ଗ୍ଲାସ ଉଷୁମ ପାଣିରେ ଅଧା ଲେମ୍ବୁ ଚିପୁଡି ପିଅନ୍ତୁ ।
ରସୁଣରେ ନାଇଟ୍ରିକ୍ ଏସିଡ୍ ଏବଂ ହାଇଡ୍ରୋଜେନ୍ ସଲଫାଇଡ୍ ଭରପୂର ମାତ୍ରାରେ ରହିଛି । ରସୁଣ ଖାଇବା ଦ୍ୱାରା ରକ୍ତ ଜମାଟ ବାନ୍ଧେ ନାହିଁ। ଯେଉଁ କାରଣରୁ ରକ୍ତଚାପ ଏବଂ କୋଲେଷ୍ଟ୍ରଲ ନିୟନ୍ତ୍ରଣରେ ରହିଥାଏ ।
– ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା ପାଇଁ ପ୍ରତିଦିନ ନଡିଆ ପାଣି ପିଅନ୍ତୁ । ପ୍ରତିଦିନ ଖାଲି ପେଟରେ ନଡ଼ିଆ ପାଣି ଖାଇବା ଦ୍ୱାରା ଉଚ୍ଚ ରକ୍ତଚାପର ସମସ୍ୟା ଦୂର ହୁଏ ।
– ନିମ୍ନ ରକ୍ତଚାପ ସମସ୍ୟାରେ ସାକରକନ୍ଦା ସେବନ ଅତ୍ୟନ୍ତ ଲାଭଦାୟକ । ଦିନକୁ ଦୁଇଥର ସାକରକନ୍ଦା ଜୁସ୍ ପିଅନ୍ତୁ ଏହାଦ୍ୱାରା ନିମ୍ନରକ୍ତଚାପ ସମସ୍ୟା ଦୂର ହେବ ।
– ଅଧିକ ଲୁଣ ସେବନ ଦ୍ୱାରା ଉଚ୍ଚ ରକ୍ତଚାପର ଆଶଙ୍କା ବଢିଯାଇଥାଏ । କମ୍ ଲୁଣ ଦ୍ୱାରା ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରାଯାଇପାରିବ ।
– ଅଫିସ୍ ଏବଂ ଘରେ ଲିଫ୍ଟ ବ୍ୟବହାର କରିବା ପରିବର୍ତ୍ତେ ସିଡ଼ି ବ୍ୟବହାର କରନ୍ତୁ । ହୃଦୟକୁ ସୁସ୍ଥ ରଖିବା ପାଇଁ ପ୍ରତିଦିନ ବ୍ୟାୟାମ କରିବା ଭଲ ।
ଏଭଳି ଖାଦ୍ୟ ଗ୍ରହଣ କରନ୍ତୁ ଯେଉଁଥିରେ କୋଲେଷ୍ଟ୍ରଲ ମାତ୍ରା ନିୟନ୍ତ୍ରଣରେ ରହୁଥିବ । ଯେପରିକି ସେଓ ଏବଂ କମଳା, ପିଆଜ, ବ୍ରୋକୋଲି ଏବଂ ମାଛ ପରି ପନିପରିବା ଆଦି ।