ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମରେ ଶ୍ୱସ୍ତିକ ଚିହ୍ନର ଖାସ୍ ମହତ୍ୱ ରହିଛି । ପ୍ରତ୍ୟେକ ଶୁଭ କାର୍ଯ୍ୟ କରିବା ପୂର୍ବରୁ ଘରେ ଶ୍ୱସ୍ତିକ ଚିତ୍ର କରାଯାଇଥାଏ । ପୁରାତନ କାଳରୁ ଏହି ପରମ୍ପରା ପଅଚଳିତ ହୋଇ ଆସୁଛି ।
ସ୍ୱସ୍ତିକ ରେ ଥିବା ଚାରୋଟି ରେଖା ବିଷୟରେ ଲୋକଙ୍କ ମଧ୍ୟରେ ଅଲଗା ଅଲଗା ମତ ରହିଛି । କିଛି ଲୋକଙ୍କ ମତରେ ଶ୍ୱସ୍ତିକ ରେ ଥିବା ଏହି ଚାରି ରେଖା ରାରି ଦିଗର ସଂକେତ ।ସେହିପରି କିଛି ଲୋକଙ୍କ ମତରେ ଚାରି ରେଖା ହେଉଛି ଚାରି ବେଦର ପ୍ରତୀକ । ଆଉ କିଛି ଲୋକଙ୍କ ମତରେ ଶ୍ୱସ୍ତିକ ର ଏହି ଚାରି ରେଖା ବ୍ରହ୍ମାଙ୍କ ଚାରି ମସ୍ତକକୁ ଦର୍ଶାଯାଇଥାଏ ।
ସର୍ବଦା ଲାଲ ରଙ୍ଗରେ ଶ୍ୱସ୍ତିକ ଅଙ୍କା ଯାଇଥାଏ । କାରଣ ହିନ୍ଦୁ ଧର୍ମରେ ଲାଲ ରଙ୍ଗର ବିଶେଷ ମହତ୍ୱ ରହିଛି । ପୂଜା ପାଠ ସମୟରେ ଲାଲ ରଙ୍ଗ ବ୍ୟବହାର କରାଯାଇଥାଏ ।
ମାନ୍ୟତା ରହିଛି କି, ଘରର ମୁଖ୍ୟ ଦ୍ୱାରରେ ଶ୍ୱସ୍ତିକ ଆଙ୍କିବା ଦ୍ୱାରା ଘରୁ ସମସ୍ତ ପ୍ରକାରର ସମସ୍ୟା ଦୂର ହୋଇଥାଏ । ଘରେ ସୁଖ-ସମୃଦ୍ଧି ବଳବତ୍ତର ରହିଥାଏ ।
ଯଦି ବ୍ୟବସାୟରେ କ୍ଷତି ହେଉଥାଏ ତେବେ ଇଶାଣ କୋଣରେ ଲଗାତାର ୭ ଗୁରୁବାର ପର୍ଯ୍ୟନ୍ତ ସୁଖିଲା ହଳଦୀରେ ଶ୍ୱସ୍ତିକ ଚିହ୍ନ ବନାନ୍ତୁ । ଏହାଦ୍ୱାରା ବ୍ୟବସାୟରେ ଲାଭ ହେବ ।
ଅନ୍ୟପଟେ ଯଦି ଆପଣ କୌଣସି କାର୍ଯ୍ୟରେ ସଫଳତା ଚାହୁଁଛନ୍ତି ତେବେ ଘରର ଉତ୍ତର କୋଣରେ ସୁଖିଲା ହଳଦୀରେ ଶ୍ୱସ୍ତିକ ଆଙ୍କନ୍ତୁ ।