ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନାରୁ ରକ୍ଷା ପାଇଁ ଏବେ ଦେଶରେ ଟୀକାକରଣ ପ୍ରକ୍ରିୟା ଜାରି ରହିଛି । ଟୀକାକରଣ କେନ୍ଦ୍ରକୁ ଯାଇ ଲୋକେ ଟୀକା ଦେଉଛନ୍ତି । ଟୀକା ଲଗାଇବା ପରେ କିଛି କିଛି ଲୋକଙ୍କ କ୍ଷେତ୍ରରେ ଜ୍ୱର , ମୁଣ୍ଡବିନ୍ଧା ଭଳି ସାମାନ୍ୟ ସମସ୍ୟା ଦେଖା ଦେଉଛି । ଏଥିରେ ଡରିବାର ଆବଶ୍ୟକ ନାହିଁ । କିନ୍ତୁ ଟୀକା ଲଗାଇବା ପରେ ଆପଣଙ୍କ ଶରୀରକୁ ଆରାମ ଦେବା ଉଚିତ୍ କିଛି କାର୍ଯ୍ୟ ଠାରୁ ଦୂରେଇ ରହିବା ଆବଶ୍ୟକ ।
ଆମେରିକୀୟ ସ୍ୱାସ୍ଥ୍ୟ ସଂଗଠନ ସିଡିସି ମୁତାବକ, କରୋନା ଟୀକା ଲଗାଇବା ପରେ ଆପଣଙ୍କୁ ଅତିକମରେ ଗୋଟେ ଦିନ ଆରାମ କରିବା ଉଚିତ୍ । ଏହାସହିତ ଭାରି କାମ କରିବା ଉଚିତ୍ ନୁହେଁ । ପ୍ରଚୁର ପରିମାଣ ପାଣି ପିଇବା ଉଚିତ୍ । ଟୀକା ପାଇଁ ସାମାନ୍ୟ ଜ୍ୱର ହୋଇପାରେ ଏଥିରେ ମଧ୍ୟ ଆପଣ ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଇ ଶରୀରକୁ ହାଇଡ୍ରେଡ ରଖିବା ଉଚିତ୍ ଏବଂ ହାଲୁକା କପଡା ପିନ୍ଧିବା ଉଚିତ୍ ।
ଟୀକାର ପ୍ରଥମ ଏବଂ ଦ୍ୱିତୀୟ ଟୀକା ନେଇଥିଲେ ମଧ୍ୟ ଜନଗହଳି ପୂର୍ଣ୍ଣ ସ୍ଥାନରୁ ଦୂରେଇ ରହିବା ଉଚିତ୍ । କାରଣ ଏହାଦ୍ୱାରା ସଂକ୍ରମଣ ହେବାର ଭୟ ରହିଥାଏ । ବାହରକୁ ଗଲେ ମାସ୍କ ପିନ୍ଧି ଯାଆନ୍ତୁ । ଟୀକା ଲଗାଇବା ପରେ ଏକ୍ସରସାଇଜ କରିବା ଉଚିତ୍ ନୁହେଁ । କାରଣ ଟୀକା ପାଇଁ ଶରୀର ଦୁର୍ବଳ ଅନୁଭବ ହୋଇଥାଏ । ଏଭଳି ସ୍ଥିତିରେ ଏକ୍ସରସାଇଜ କରିବା ଉଚିତ୍ ନୁହେଁ । କୌଣସି ଦୂର ସ୍ଥାନକୁ ଯାତ୍ରା କରିବା ଉଚିତ୍ ନୁହେଁ । ଯଦି କୌଣସି ଦୁଷ୍ପ୍ରଭାବ ଦେଖାଦେଉଛି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।