ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଦେଶରେ ଜାରି ରହିଛି କରୋନା ଟୀକାକରଣ ପ୍ରକ୍ରିୟା । ପ୍ରତ୍ୟେକ ଦିନ ଲକ୍ଷାଧିକ ଲୋକଙ୍କ ଟୀକାକରଣ କରାଯାଉଛି । ବ୍ୟକ୍ତି ତାଙ୍କ ଟୀକା ନିମନ୍ତେ ସ୍ଲଟ ବୁକ ପାଇଁ କୋୱିନ ପୋର୍ଟାଲରେ ରେଜିଷ୍ଟ୍ରେସନ କରୁଛନ୍ତି । ଅବଶ୍ୟ ଏଣିକି କୋୱିନ ପୋର୍ଟାଲରେ ରେଜିଷ୍ଟ୍ରେସନ କରିବା ସମୟରେ କ୍ୟାପ୍ଚା ଦେବାକୁ ପଡିବନି । ଏହାସହିତ ଏବେ ପୋର୍ଟାଲରେ ରେଜିଷ୍ଟ୍ରେସନ ପ୍ରକ୍ରିୟା ଦ୍ରୁତ ହୋଇଯାଇଛି ।
କୋୱିନ ପୋର୍ଟାଲରେ ରେଜିଷ୍ଟ୍ରସନ କରିବା ସମୟରେ ବ୍ୟକ୍ତି ଚାରି ଅଙ୍କ ବିଶିଷ୍ଟ କୋଡ ଦିଆଯାଉଛି । ଯାହାକୁ ସେମାନେ ନିର୍ଦ୍ଧାରିତ ଟୀକାକରଣ କେନ୍ଦ୍ର ଦେଖାଇବେ । ଏହାପରେ କ୍ୟାପ୍ଚା ଦାଖଲ କରିବା ଷ୍ଟେପ୍ସକୁ ରେଜିଷ୍ଟ୍ରେସନ ପ୍ରକ୍ରିୟାରୁ ହଟାଇ ଦଆଯାଇଛି ।