ପୁରୀ (ଏଟିଆର ବ୍ୟୁରୋ); ଆଉ ମାତ୍ର କେଇଟା ଦିନ ରହିଲା ଶ୍ରୀଜିଉଙ୍କ ବଡ ଯାତ୍ରା ତଥା ରଥଯାତ୍ରା । ଏନେଇ ରଥଖଳାରେ ଜୋରସୋରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ଚଳଚଞ୍ଚଳ ରଥଖଳା । ସେହିପରି ଦୋଳବେଦୀ ମଧ୍ୟ ଚଳଚଞ୍ଚଳ ହୋଇପଡିଛି । କମାରଶାଳରେ କମାର ସେବକ , ରଥଖଳାରେ ମହାରଣା ସେବକ ଏବଂ ଭୋଇ ସେବକ ଏବଂ ଦୋଳବେଦୀରେ କରତିଆ ସେବକଙ୍କ ହାତକୁ ଫୁରୁସତ ନାହିଁ । ବଡଠାକୁରଙ୍କ ତାଳଧ୍ୱଜ ରଥର ଗୟଳ ଚିରଟରେ ଲାଗିପଡିଛନ୍ତି କରତିଆ ସେବକ, ।
ଋଥକୁ ବାନ୍ଧି ରଖିବାରେ ସାହାୟତାରେ ହୋଇଥାଏ ଏହି ଗୟଳ । ବଳଭଦ୍ରଙ୍କ ରଥର ଗୟଳ ଚିରଟ ପରେ ପରେ ଭାଇ କାଳିଆର ନନ୍ଦିଘୋଷ ରଥ ଏବଂ ଭଉଣୀ ଶୁଭଦ୍ରାଙ୍କ ଦେବଦଳନ ରଥର ଗୟଳ ଚିରଟ କାମ ଆରମ୍ଭ ହେବ ।
ଏହି ତିନୋଟି କାଠରୁ ୬ଟି ପଟ ବାହାର କରାଯିବା । ଏହାପରେ ସ୍ନାନପୂର୍ଣ୍ଣିମାରେ ଚାରିନାହାକା ଅନୁକୂଳ ହେବ ।