ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଆଜିଠୁ ପୁଣି ଆରମ୍ଭ ୧୮ ରୁ ଅଧିକ ବୟସ୍କଙ୍କୁ ଟୀକାକରଣ । ଏନେଇ ସୂଚନା ଦେଇଛି ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) ।
ବିଏମସିର ଜଣେ ଅଧିକାରୀଙ୍କ ଅନୁଯାୟୀ, ସରକାର ଆଶା ରଖିଛନ୍ତି କି ଭୁବନେଶ୍ୱର ପାଇଁ ୧୮ ରୁ ଅଧିକ ବୟସ୍କଙ୍କ ଲାଗି ସର୍ବନିମ୍ନ ୨୬ ହଜାର କୋଭାକ୍ସିନ ଡୋଜ ଆସିବ । ଏହି ବର୍ଗର ଲୋକଙ୍କୁ ଟୀକାକରଣ ଲାଗି ଜୁନ୍ ୭ ରୁ ୧୨ ମଧ୍ୟରେ ଡ୍ରାଇଭ ଇନ୍ ମୋଡ କରିବ ବିଏମସି ।
ବର୍ତ୍ତମାନ ସୁଦ୍ଧା ୧୮ ରୁ ୪୪ ବର୍ଷ ବର୍ଗର ବ୍ୟକ୍ତିଙ୍କ ମଧ୍ୟରେ ପାୟତଃ ୧.୭ ଲକ୍ଷ ହିତାଧୀକାରୀଙ୍କୁ ଟୀକାର ପ୍ରଥମ ଡୋଜ ଦିଆଯ୍ଧବ ସାରିଛି ।