ଗଞ୍ଜାମ (ଏଟିଆର ବ୍ୟୁରୋ); ଶିଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ଆଜିଠୁ ଗଞ୍ଜାମ ଜିଲ୍ଲାରେ ଘରକୁ ଘର ବୁଲି ଯାଞ୍ଚ କରିବେ ସ୍ୱାସ୍ଥ୍ୟକର୍ମୀ । ଏନେଇ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି । ଆଗାମୀ ୩ ମାସ ଧରି ଏହି ପ୍ରକ୍ରିୟା ଜାରି ରହିବ । ଏଥିପାଇଁ ଏ.ଏନ.ଏମ, ଆଶାକର୍ମୀ ଏବଂ ଅଙ୍ଗନୱାଡିକର୍ମୀଙ୍କୁ ପ୍ରଶିକ୍ଷଣ ଦିଆଯିବ ।
ଶିଶୁମାନଙ୍କ ସ୍ୱାସ୍ଥ୍ୟବସ୍ଥା ସଠିକ ଭାବେ ଅନୁଧ୍ୟାନ ପାଇଁ ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ସୂଚନା ଦେଇଛନ୍ତି ଜିଲ୍ଲାପାଳ । ସେହିପରି କରୋନା ସଂକ୍ରମିତ ଶିଶୁଙ୍କ ପାଇଁ ସ୍ୱତନ୍ତ୍ର ସ୍ୱାସ୍ଥ୍ୟସେବା, ସାମାନ୍ୟ ଲକ୍ଷଣ ପରିଲିକ୍ଷିତ ହେଉଥିବା ଶିଶୁକୁ ଆଇସୋଲେସନରେ ରଖି ଚିକିତ୍ସାରେ ରଖି ଚିକିତ୍ସା ପାଇଁ ପରାମର୍ଶ ଦିଆଯାଇଛି ।