ଭୁବନେଶ୍ୱର (ଏଟିଆର ବ୍ୟୁରୋ): ECMO ମେସିନ୍ । ବର୍ତ୍ତମାନ ଏହା ଗୁରୁତର କୋଭିଡ ରୋଗୀଙ୍କ ପାଇଁ ଜରୁରୀ ହୋଇପଡିଛି । ସାମୟିକ ଭାବେ ଏହି ମେସିନ ଜରିଆରେ ରୋଗୀଙ୍କ ଜୀବନ ବଞ୍ଚାଇ ଦେଉଛି । କିନ୍ତୁ ରାଜ୍ୟରେ ଏହି ମେସିନ୍ ଅଭାବ ଥିବା ହେତୁ ଗୁରୁତର ରୋଗୀଙ୍କୁ ଅଧିକ ଚିକିତ୍ସା ପାଇଁ ବାହାର ରାଜ୍ୟକୁ ପଠାଯାଉଛି । ସେଥିପାଇଁ ବିଦେଶରୁ ଏହି ମେସିନ ଆଣିବା ଲାଗି ଟେଣ୍ଡର ହୋଇସାରିଥିବା କହିଛନ୍ତି ଡଇଏମଇଟି ଡାକ୍ତର ସିବିକେ ମହାନ୍ତି ।
ସେ କହିଛନ୍ତି କି, ଏକ୍ମୋ ଉତ୍ପାଦନ ଭାରତରେ ହେଉନାହିଁ । ସେଥିପାଇଁ ବିଦେଶରୁ ଏହି ମେସିନ ଆଣଇବା ପାଇଁ ପ୍ରକ୍ରିୟା ଜାରି ରହିବା ସହ ଟେଣ୍ଡର ମଧ୍ୟ ହୋଇସାରିଛି ।
ଏକ କୃତ୍ରିମ ପ୍ରକ୍ରିୟା ହେଉଛି ଏକ୍ମୋ । ଏଥିରେ ଶରୀରର ଅକ୍ସିଜେନକୁ ସାମୟିକ ମେଣ୍ଟେନ କରିହେବ । ଏହି ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ ।