ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପଡୋଶୀ ଦେଶ ଆଣ୍ଟିଗୁଆ ଏବଂ ବାରବୁଡାରୁ ନିଖୋଜ ହେବା ପରେ ଡୋମିନିକା ହାଇକୋର୍ଟ ପଳାତକ ହୀରାବ୍ୟବସାୟୀ ମେହୁଲ ଚୋକସୀଙ୍କୁ ବେଆଇନ ଭାବେ ପ୍ରବେଶ କରିଥିବାରୁ ଜାମିନ ନାମଞ୍ଜୁର କରିଛନ୍ତି । ଏନେଇ ସ୍ଥାନୀୟ ଗଣମାଧ୍ୟ ସୂଚନା ଦେଇଛନ୍ତି ।
ପଞ୍ଜାବନେସନାଲ ବ୍ୟାଙ୍କରୁ ୧୩,୫୦୦ କୋଟି ଟଙ୍କା ଠକେଇ କରି ଭାରତ ଛାଡି ଫେରାର ହୋଇ ଯାଇଥିଲା ମେହୁଲ ଚୋକସୀ । ଏହି ମାମଲାରେ ଚୋକସୀ ଏବଂ ତାଙ୍କ ଭଣଜା ନରୀବ ମୋଦି ମଧ୍ୟ ସଂପୃକ୍ତ ଥିଲେ ।
୨୦୧୮ ମସିହାରୁ ଭାରତ ଛାଡିବା ପରେ ସେ ଆଣ୍ଟିଗୁଆରେ ନାଗରିକ ଭାବେ ରହୁଥିଲେ । ଏହାପରେ ଆଣ୍ଟିଗୁଆରୁ ନିଖୋଜ ହେବା ପରେ ଡୋମିନିକାରୁ ମେହୁଲ ଚୋକସୀଙ୍କୁ ଗିରଫ କରିଥିଲା ପୋଲିସ ।