ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଅଧିକ ଚିନ୍ତା ବଢାଉଛି କରୋନା ମୃତ୍ୟୁ ସଂଖ୍ୟା । ଲାଗୁନି ବ୍ରେକ । ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢି ଚାଲିଛି । ଯାହାଫଳରେ ରାଜ୍ୟରେ ଏବେ ରେକର୍ଡ ଭାଙ୍ଗିଛି କରୋନା ମୃତ୍ୟୁ ସଂଖ୍ୟା । ସେହିପରି ଗୋଟେଦିନରେ ପୁଣି ରାଜ୍ୟରୁ ସର୍ବାଧିକ କରୋନା ନେଇଛି ୪୫ ଜୀବନ । ଏହାପରେ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୩୦୨ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୬ ଜଣ, କଟକ ଜିଲ୍ଲାରୁ ୪ ଜଣ , ଅନୁଗୁଳ, ଢେଙ୍କାନାଳ,ଭଦ୍ରକ, ପୁରୀ, ଜଗତସିଂହପୁର ଜିଲ୍ଲାରୁ ୩ ଜଣ ଲେଖାଏଁ , ସେହିପରି ବାଲେଶ୍ଵର, ବରଗଡ, ଯାଜପୁର, କେନ୍ଦ୍ରାପଡା, କେଉଁଝର ଓ ମୟୂରଭଞ୍ଜରୁ ୨ ଜଣ ଲେଖାଏଁ ରହିଥିବା ବେଳେ ଗଜପତି, ଝାରସୁଗୁଡା, କଳାହାଣ୍ଡି, ନୟାଗଡ଼ ଓ ନୂଆପଡାରୁ ଜଣେ ଲେଖାଏଁ ରହିଛନ୍ତି ।