ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁଧର୍ମରେ ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ ଦେବାଦେବୀଙ୍କୁ ପୂଜା କରାଯାଇଥାଏ । ସେହିପରି ରବିବାର ସୂର୍ଯ୍ୟଦେବଙ୍କୁ ପୂଜା କରାଯିବାର ବିଧି ରହିଛି । ପୁରାଣ ଅନୁସାରେ, ରବିବାରର ଅଧିପତି ଦେବ ହେଉଛନ୍ତି ସୂର୍ଯ୍ୟ । ତାଙ୍କୁ ଗ୍ରହମାନଙ୍କର ରାଜା ବୋଲି ମଧ୍ୟ କୁହାଯାଇଥାଏ । ସୂର୍ଯ୍ୟ ଉଦୟ ହେବା ଦ୍ୱାରା ସଂସାରରୁ ଅନ୍ଧକାର ଦୂର ହୋଇଥାଏ । ସେହିପରି ଜୀବନରେ ସୁଖ-ସମୃଦ୍ଧି ଏବଂ ଧନ-ସମ୍ପତ୍ତି ପାଇଁ ରବିବାର ବ୍ରତ ସର୍ବଶ୍ରେଷ୍ଠ । ଏହି ବ୍ରତଦ୍ୱାରା ମାନ-ସମ୍ମାନ, ଧନ-ଯଶ ତଥା ଉତ୍ତମ ସ୍ୱାସ୍ଥ୍ୟୃ ଲାଭ ହୋଇଥାଏ । ଏହାବ୍ୟତିତ ଶତୃଙ୍କଠାରୁ ସୁରକ୍ଷା ଏବଂ କୋଷ୍ଠ ରୋଗରୁ ମୁକ୍ତି ମିଳିଥାଏ । ତେବେ ଆସନ୍ତୁ ଜାଣିବା ରବିବାର ବ୍ରତର ମହତ୍ୱ ବିଷୟରେ..
ରବିବାର ଦିନ ବ୍ରତ ରଖି ସୂର୍ଯ୍ୟଦେବଙ୍କ ଅର୍ଘ୍ୟ ଅର୍ପଣ କରିବା ଲାଭ ହୋଇଥାଏ । ସକାଳୁ ସକାଳୁ ସୂର୍ଯ୍ୟଦେବଙ୍କୁ ଆରାଧନା କରିବା ଦ୍ୱାରା ଶରୀର ସୁସ୍ଥ ରହିବା ସହିତ ରୋଗ ଦୂର ହୋଇଥାଏ । ଦ୍ୱିପ୍ରହରରେ ସୂର୍ଯ୍ୟଦେବଙ୍କୁ ଆରାଧନା କରିବା ଦ୍ୱାରା ନାମ ଏବଂ ଯଶ ବଢିଥାଏ । ସେହିପରି ସନ୍ଧ୍ୟା ସମୟରେ ଆରାଧନା କରିବା ଦ୍ୱାରା ଜିବନରେ ସମ୍ପନ୍ନତା ଆଗମନ ହୋଇଥାଏ । ଏହାବ୍ୟତିତ ସକାଳ ସମୟରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ଦ୍ୱାରା ମନ ସନ୍ତୁଳିତ ରହିଥାଏ । ଏହାସହିତ ଶରୀରରେ ପ୍ରତିରୋଧାତ୍ମକ ଶକ୍ତି ବଢିଥାଏ । ମାନ-ସମ୍ମାନ ଏବଂ ଧନ-ଯଶ ବଢିଥାଏ । ଭକ୍ତଙ୍କ ସମସ୍ତ ମନସ୍କାମନା ପୁରଣ ହୋଇଥାଏ ।