ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଗ୍ରାହାକଙ୍କ ପାଇଁ ସର୍ବଦା ନୂଆ ନୂଆ ଅଫର୍ସ ଆଣିଥାଏ ରିଲିଆନ୍ସ ଜିଓ । ସେହିପରି ଗ୍ରାହାକଙ୍କ ପାଇଁ ଆଉ ଏକ ସୁବିଧା ଆଣିଛି ଜିଓ । ଏଣିକି ଗ୍ରାହକଙ୍କୁ ହ୍ୱାଟ୍ସଆପ୍ ଜରିଆରେ ରିଚାର୍ଜ କରିବାର ସୁବିଧା ଦେଉଛି କମ୍ପାନୀ । ଅଫିସିଆଲି ଭାବେ ଏହି ସର୍ଭିସର ଘୋଷଣା କରି କମ୍ପାନୀ ଏକ ହ୍ୱାଟ୍ସଆପ ନଂ ମଧ୍ୟ ଜାରି କରିଛି ।
ଏନେଇ କମ୍ପାନୀ କହିଛି କି, ଏଣିକି ଗ୍ରାହାକ ଜିଓ ସିମ୍ ରିଚାର୍ଜ ଏବଂ ଜିଓ ଫାଇଭର ରିଚାର୍ଜ ଆଦି ହ୍ୱାଟ୍ସଆପ୍ ଜରିଆରେ ହିଁ କରିପାରେ । ଏହାବ୍ୟତିତ ଗ୍ରାହକଙ୍କୁ ହ୍ୱାଟ୍ସଆପ୍ ରେ ସିମ୍, ଏମଏନପି, ଜିଓ ସିମ ପାଇଁ ସପୋର୍ଟ, ଜିଓ ଫାଇବର ପାଇଁ କଷ୍ଟମର ସପୋର୍ଟ ଏବଂ ଜିଓ ମାର୍ଟ ପାଇଁ ମଧ୍ୟ କଷ୍ଟମର ସପୋର୍ଟର ସୁବିଧା ମିଳିବ ।
ରିଚାର୍ଜ ପାଇଁ ଗ୍ରାହାକଙ୍କୁ ୭୦୦୦୭୭୦୦୦୭ ନମ୍ବରରେ ହାଏ ଲେଖି ହ୍ୱାଟ୍ସଅପ କରିବାକୁ ହେବ । ଏହାପରେ ପେମେଣ୍ଟ ପାଇଁ ୟୁପିଆଇ, ଫୋନପେ, ଗୁଗଲ ପେ ଏବଂ ଆମାଜନ ପେ ଭଳି ଅପ୍ସନ ଆସିବ ।