ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ପହିଲି ରଜ । କରୋନା ପାଇଁ ଗାଁଠୁ ନେଇ ସହର ସବୁଠି ରଜ ଉତ୍ସବ ଫିକା ପଡିଛି । ତଥାପି ପରମ୍ପରା ମୁତାବକ, କଟକଣା ଭିତରେ ଘରେ ଘରେ ପାଳିତ ହେଉଛି ପର୍ବ । ଝିଅ, ବୋହୂ ମାନେ ଘରେ ସଜବାଜ ହୋଇ ବିଭିନ୍ନ ପ୍ରକାରର ପିଠାମଠା ଖାଇ ରଜ ଉତ୍ସବ ପାଳନ କରୁଛନ୍ତି ।
ସେହିପରି ଓଡିଆଙ୍କ ଏହି ଗଣପର୍ବ ରଜ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ବିଶେଷକରି ମା’ ଓ ଝିଅମାନଙ୍କ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।
ସେ କହିଛନ୍ତିି କି, ରଜ ପୃଥିବୀମାତାଙ୍କ ଉପାସନା ତଥା ନାରୀତ୍ୱର ମହନୀୟତାର ପର୍ବ । ସମାଜ ପାଇଁ ନାରୀର ଅବଦାନକୁ ସମ୍ମାନ ଜଣାଇବାର ପର୍ବ । ଏହି ଅବସରରେ ଆସନ୍ତୁ, ଛୋଟ ଛୋଟ ଝିଅଙ୍କ ଠାରୁ ଆରମ୍ଭ କରି ଆମର ମା’ମାନଙ୍କ ପର୍ୟ୍ୟନ୍ତ ସମସ୍ତଙ୍କର ପୋଷଣ, ସ୍ୱାସ୍ଥ୍ୟ ଓ ଶିକ୍ଷା ପ୍ରତି ଯତ୍ନବାନ ହେବା ଏବଂ ସେମାନଙ୍କ ପାଇଁ ସୁନ୍ଦର ଭବିଷ୍ୟତ ଓ ଏକ ସୁସ୍ଥ ସମାଜ ଗଠନ ପାଇଁ କାମ କରିବା । କୋଭିଡ ପରିପ୍ରେକ୍ଷୀରେ ସମସ୍ତ ନିୟମ ପାଳନ କରି ଘରେ ରହି ରଜ ପାଳିବା ।
ରଜ ପୃଥିବୀମାତାଙ୍କ ଉପାସନା ତଥା ନାରୀତ୍ବର ମହନୀୟତାର ପର୍ବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ସମସ୍ତଙ୍କୁ ଅଭିନନ୍ଦନ ଜଣାଇ ଛୋଟ ଛୋଟ ଝିଅଙ୍କଠାରୁ ମା'ମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପୋଷଣ, ସ୍ୱାସ୍ଥ୍ୟ ଓ ଶିକ୍ଷା ପ୍ରତି ଯତ୍ନବାନ ହେବା ସହ କୋଭିଡ ସ୍ଥିତିରେ ଘରେ ରହି ରଜ ଉତ୍ସବ ପାଳନ କରିବାକୁ ଆହ୍ବାନ କରିଛନ୍ତି। pic.twitter.com/8ySCibTG77
— CMO Odisha (@CMO_Odisha) June 14, 2021