ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଓଡିଆମାନଙ୍କର ପାଳିତ ହେଉଥିବା ବିଭିନ୍ନ ପର୍ବ ମଧ୍ୟରୁ ରଜ ହେଉଛି ଏକ ବଡ ପର୍ବ । ଏହାକୁ ଗଣପର୍ବ ବୋଲି ମଧ୍ୟ କୁହାଯାଏ । ଗତକାଲି ଥିବା ପହିଲି ରଜ । ଆଜି ହେଉଛି ରଜ ସଂକ୍ରାନ୍ତି । ତିନିଦିନ ଧରି ପାଳିତ ହେଉଥିବା ଏହି ପର୍ବର ଆଜି ହେଉଛି ଦ୍ୱିତୀୟ ଦିନ । ଯାହା ରଜ ସଂକ୍ରାନ୍ତି ନାମରେ ଜଣାଯାଇଥାଏ । ସେହିପରି ଆସନ୍ତାକାଲି ଭୁମିଦାହନ ।
ମହାମାରୀ କରୋନା ପାଇଁ ସବୁକିଛି ଫିକା ପଡିଛି । ଘରେ ରହି ରଜ ସଂକ୍ରାନ୍ତି ପାଳୁଛନ୍ତି ଝିଅ, ବୋହୂ । ଯଦି କରୋନା ଭଳି ଏ ବିପଦ ଆଜି ନଥାନ୍ତା ତାହାଲେ ବେଶ୍ ଧୁମ୍ ଧାମରେ ପାଳିତ ହୋଇଥାନ୍ତା ଏହି ପର୍ବ । ଗାଁଠୁ ନେଇ ସହର ଖେଳ କୁଦରେ ଦୁଲୁକିଥାନ୍ତା ।