ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜିକାଲିର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଲୋକେ ସହଜ ଉପାୟ ଆପଣାଇବାକୁ ପସନ୍ଦ କରୁଛନ୍ତି । ଯଦି ଆପଣଙ୍କୁ କୁହାଯିବ ବିନା ଟାଇପ କରି ହ୍ୱାଟଆପରେ ମେସେକ କରନ୍ତୁ, ତେବେ ଆପଣ କହିବେ ଏହା କିପରି ସମ୍ଭବ । କିନ୍ତୁ ଏହା ସମ୍ଭବ ।ଆଜି ଆମେ ଆପଣଙ୍କୁ ଏକ ସହଜ ଟ୍ରିକ ବିଷୟରେ କହିବାକୁ ଯାଉଛୁ, ଯାହା ଜରିଆରେ ଆପଣ ସହଜରେ ହ୍ୱାଟ୍ସଆପରେ ମେସେଜ ପଠାଇ ପାରିବେ । ତେବେ ଆସନ୍ତୁ ଜାଣିବା..
ସର୍ବପ୍ରଥମେ ହ୍ୱାଟ୍ସଆପ୍ ଚାଟ୍ ବକ୍ସ ଖୋଲନ୍ତୁ, ଯାହାକୁ ଆପଣ ମେସେଜ ପଠାଇବାକୁ ଚାହୁଁଛନ୍ତି । ଏହାପରେ କି-ବୋର୍ଡ ଓପନ କରନ୍ତୁ । ସେଠାରେ ଆପଣଙ୍କୁ ଉପର ସାଇଟରେ ଗୋଟେ ମାଇକ୍ରୋଫୋନ ଦେଖାଯିବ ତାହା ଉପରେ କ୍ଲିକ କରନ୍ତୁ । ସେଠାରେ ମାଇକ ଆକ୍ଟିଭ ହୋଇଯିବ । ଆପଣ ଯାହା ମେସେଜ ପଠାଇବାକୁ ଚାହୁଁଛନ୍ତି ତାହା କହିଦିଅନ୍ତୁ । ଆପଣ କହିଥିବା ମେସେଜ ସେଣ୍ଡ ବକ୍ସରେ ଲେଖି ହୋଇଯିବ । ଏହାପରେ ସେଣ୍ଡ ବଟନରେ କ୍ଲିକ କରି ମେସେଜ ପଠାଇ ଦିଅନ୍ତୁ ।
ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ହ୍ୱାଟ୍ସଆପ୍ ଏକ ମ୍ୟୁଟ ଭିଡିଓ ଫିଚର ଜାରି କରିଥିଲା । ଏହି ଫିଚରର ବିଶେଷତ୍ୱ ହେଉଛି ୟୁଜର୍ସ ଭିଡିଓ ପଠାଇବା ପୂର୍ବରୁ ମ୍ୟୁଟ କରିପାରିବେ ।ଅର୍ଥାତ ଯେତେବେଳେ ଅନ୍ୟ ୟୁଜର୍ସଙ୍କ ନିକଟରେ ଭିଡିଓ ପହଁଚିବ ସେତେବେଳେ କୌଣସି ଶଦ୍ଦ ହେବ ନାହିଁ । ଏହି ଫିଚର ସମସ୍ତ ୟୁଜର୍ସଙ୍କ ପାଇଁ ଫାଇଦା ହେବ ବୋଲି କମ୍ପାନୀ ମତ ରଖିଛି ।