ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତ ବାୟୋଟେକର କୋଭାକ୍ସିନକୁ ଖୁବ୍ ଶୀଘ୍ର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ର ଅନୁମୋଦନ ମିଳିପାରେ । ସେଥିପାଇଁ ୨୩ ଜୁନ୍ ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହିତ ପ୍ରି-ସବମିଶନ ବୈଠକ ରଖିଛି ଭାରତ ବାୟୋଟେକ । ଏହି ବୈଠକରେ କୋଭାକ୍ସିନର ଜରୁରୀକାଳୀନ ବ୍ୟବହାର ତାଲିକା (ଇୟୁଏଲ) ପାଇଁ ସ୍ୱଦେଶୀ କୋଭିଡ -୧୯ ଟିକାକୁ ମୂଲ୍ୟାଙ୍କନ କରାଯିବ ।
ଏହାପୂର୍ବରୁ, ଗତ ମାସରେ ଭାରତ ବାୟୋଟେକ୍ ରିପୋର୍ଟ କରିଥିଲା ଯେ ହୁ’ ର ଇୟୁଏଲ ପାଇଁ ଆବଶ୍ୟକ ୯୦% ଡକ୍ୟୁମେଣ୍ଟ୍ ଦାଖଲ କରାଯାଇଛି । ବାକି ଡକ୍ୟୁମେଣ୍ଟଗୁଡିକ ଏହି ମାସରେ ଦାଖଲ କରାଯିବ । କୋଭିଡ -୧୯ ଟିକା ପାଇଁ ହୁ’ ମାନ୍ୟତା ପାଇବା ପାଇଁ ବୈଦେଶିକ ମନ୍ତ୍ରଣାଳୟ ଭାରତ ବାୟୋଟେକ ସହିତ ସମନ୍ୱୟ ରକ୍ଷା କରୁଛି।
କୋଭାକ୍ସିନ୍ ଟୀକାକୁ ମିଳିତ ଭାବରେ ଆଇସିଏମ୍ଆର୍ ଏବଂ ଭରତ ବାୟୋଟେକ୍ ଦ୍ୱାରା ବିକଶିତ ହୋଇଛି ଜ୍ଝ କୋଭାସିନ୍ ବର୍ତ୍ତମାନ ହୁ’ ତାଲିକାରେ ଅନ୍ତର୍ଭୁକ୍ତ ହୋଇନାହିଁ, ଯେଉଁଥିପାଇଁ ଟୀକାକରଣ କରାଯାଇଥିବା ଲୋକମାନେ କିଛି ଦେଶକୁ ଯାତ୍ରା କରିବାକୁ ଅସମର୍ଥ ଜ୍ଝ ବର୍ତ୍ତମାନ ଭାରତରେ ଦୁଇଟି ଟିକା ଦିଆଯାଉଛି, ସେଥିମଧ୍ୟରୁ ଗୋଟିଏ ସ୍ୱଦେଶୀ କୋଭାକ୍ସିନ ଏବଂ ଅନ୍ୟଟି କୋଭିଶିଲ୍ଡ।