କଟକ (ଏଟିଆର ବ୍ୟୁରୋ): ଚଳିତବର୍ଷ ଓଡିଶାରେ କେବଳ ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କ ରଥଯାତ୍ରା ହେବ । ଏହାବ୍ୟତିତ ଓଡିଶାର ଅନ୍ୟ କୌଣସି ସ୍ଥାନରେ ବି ରଥଯାତ୍ରା ପାଇଁ ଅନୁମତି ନାହିଁ । ଅନ୍ୟ ସ୍ଥାନରେ ରଥଯାତ୍ରା କରିବା ନେଇ ଓଡିଶା ହାଇକୋର୍ଟରେ ଦାଖଲ ହୋଇଥିବା ପିଟିସନକୁ ଖାରଜ କରିଛନ୍ତି ଓଡିଶା ହାଇକୋର୍ଟ । ଏହାସହିତ ଏଥିରେ ହସ୍ତକ୍ଷେପ କରିବାକୁ ସିଧା ମନା କରିଦେଇଛନ୍ତି । ହାଇକୋର୍ଟରେ ବଳଦେବଜୀଉଙ୍କ ପୂଜକଙ୍କ ସମେତ ୫ଟି ପିଟିସନ ଦାଖଲ ହୋଇଥିଲା । ଏଥିରେ ଦର୍ଶାଯାଇଥିଲା କି, କରୋନା କଟକଣା ଭିତରେ ରଥଯାତ୍ରା କରାଯିବ ।
ଏହି ମାମଲାର ଶୁଣାଣିରେ କୋର୍ଟ କହିଛନ୍ତି କି, କେବଳ ପୁରୀରେ ଚଳିତବର୍ଷ ବିନା ଭକ୍ତରେ ହେବ ରଥଯାତ୍ରା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକଣା ଭିତରେ ହେବ ସମସ୍ତ ଆୟୋଜନ ।
ସୂଚନାଥାଉକି, ଚଳିତବର୍ଷ କେବଳ ପୁରୀରେ ରଥଯାତ୍ରା ପାଇଁ ଅନୁମତି ଦିଆଯାଇଥିବା ବେଳେ ଅନ୍ୟ ସ୍ଥାନରେ ରଥଯାତ୍ରା ପାଇଁ ଅନୁମତି ଦିଆଯାଇ ନାହିଁ । ହେଲେ କଟକଣା ଭିତରେ ଅନ୍ୟ ସ୍ଥାନମାନଙ୍କରେ ରଥଯାତ୍ରା ହେବାକୁ ନେଇ ଚର୍ଚ୍ଚା ହେଉଥିଲା ଏପରିପି ହାଇକୋର୍ଟରେ ପିଟିସନ ଦାଖଲ ହୋଇଥିଲା କିନ୍ତୁ ଏଥିରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିଦେଇଛନ୍ତି ।