ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଜାରି ରହିଥିବା ବେଳେ ଏବେ ସଂକ୍ରମଣ ତଳକୁ ଖସୁଛି । ଯାହାଫଳରେ ୪ ହଜାର ତଳେ ମାମଲା ଚିହ୍ନଟ ହେଉଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୩୬୫୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୦୯୮ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୧୫୫୨ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
6. Boudh: 41
7. Cuttack: 485
8. Deogarh: 4
9. Dhenkanal: 110
10. Gajapati: 8
11. Ganjam: 14
12. Jagatsinghpur: 138
13. Jajpur: 332
14. Jharsuguda: 8
15. Kalahandi: 23
16. Kandhamal: 26
17. Kendrapada: 106
18. Keonjhar: 68
19. Khurda: 604
20. Koraput: 104
21. Malkangiri: 67— I & PR Department, Odisha (@IPR_Odisha) June 24, 2021
New recoveries: 4052
Cumulative tested: 13353132
Positive: 890596
Recovered: 853012
Active cases: 33770— I & PR Department, Odisha (@IPR_Odisha) June 24, 2021
ଅନ୍ୟପଟେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହେଉଛି । ଏବେ ପୁଣି ନୂତନ ୪୦୫୨ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୯୦୫୯୬ ରହିଥିବା ବେଳେ ଏହି ରୋଗରୁ ୮୫୩୦୧୨ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଛନ୍ତି ଏବଂ ୩୩୭୭୦ ଜଣ ଚିକିତ୍ସିତ ହେଉଛନ୍ତି ।