ପୁରୀ (ଏଟିଆର ବ୍ୟୁରୋ): ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ମହାସ୍ନାନ ନୀତି ଶେଷ ହେବା ପରେ ଆରମ୍ଭ ହୋଇଥିଲା ଛେରାପହଁରା ନୀତି । ମୁଦିରସ୍ତ ସେବକଙ୍କ ଦ୍ୱାରା ଛେରାପହଁରା ନୀତି ସମ୍ପନ୍ନ ହେବା ପରେ ଏବେ ଆରମ୍ଭ ହୋଇଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ଗଜ ବେଶ ।
କରୋନା କଟକଣା ଭିତରେ ଚାଲିଛି ଚତୁର୍ଦ୍ଧାମୂର୍ତ୍ତିକ ଗଜବେଶ । ସେବାୟତମାନେ ଲାଗି ପଡିଛନ୍ତି ଶ୍ରୀଜିଉଙ୍କୁ ଗଜ ବେଶ କରିବାରେ । ଗଜ ବେଶରେ ସୁସଜ୍ଜିତ ହେଉଛନ୍ତି ଶ୍ରୀଜିଉ ।