ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଏବେ ମହିଳାମାନଙ୍କ ପାଇଁ ଖୁସି ଖବର । ଆଜି ରାଜ୍ୟ ସରକାରଙ୍କ ତରଫରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସହାୟତା ରାଶିକୁ ବୃଦ୍ଧି କରାଯାଇଛି । ଏହି ରାଶି ୫ ଲକ୍ଷରୁ ୭ ଲକ୍ଷକୁ ବୃଦ୍ଧି କରାଯାଇଛି । ‘ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ଏହି ଯୋଜନା ବିଷୟରେ ନିଜେ ମୁଖ୍ୟ ମନ୍ତ୍ରୀ ଘୋଷଣା କରିଛନ୍ତି ।
‘ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଅବସରରେ ମାଲକାନାଗିରି ଜିଲ୍ଲା କାଲିମେଳା ଅଞ୍ଚଳର ମମତା ପାଡିଆମି ନାମକ ଜଣେ ମହିଳା ମୁଖ୍ୟମନ୍ତ୍ରୀଙ୍କୁ ମହିଳାମାନଙ୍କ ସ୍ୱାସ୍ଥ୍ୟକୁ ନେଇ ଏକ ପ୍ରସ୍ତାବ ଦେଇଥିଲେ । ଏବଂ ମୁଖ୍ୟମନ୍ତ୍ରୀ ମମତାଙ୍କର ଏହି ପ୍ରସ୍ତାବରେ ପ୍ରଭାବିତ ହୋଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସହାୟତା ରାଶିକୁ ବୃଦ୍ଧି କରାଇଥିଲେ ।
ଖବରମୁତାବକ,ଚଳିତ ଜୁନ୍ ୧୨ ତାରିଖରେ ଏହି ଯୋଜନା ସମ୍ପର୍କରେ ନିଜେ ମୁଖ୍ୟ ମନ୍ତ୍ରୀ ଘୋଷଣା କରିଥିଲେ । ଏହା ଅଗଷ୍ଟ ୧୫ ତାରିଖରୁ କାର୍ଯ୍ୟକାରୀ ହେବ । ରାଜ୍ୟର ୩.୫ କୋଟି ଲୋକ ସମେତ ୭୦ଲକ୍ଷ ପରିବାର ଏହି ସୁବିଧା ପାଇପାରିବେ ।
#OdishaForWomen
Happy to share, health cover under #BijuSwasthyaKalyanaYojana will be raised from ₹5lakh to ₹7lakh for women. This historic move, a first in country, will benefit lakhs of women & assure adequate healthcare coverage 1/2 pic.twitter.com/kgL9KBCnwj— Naveen Patnaik (@Naveen_Odisha) June 27, 2018