ପୁରୀ (ଏଟିଆର ବ୍ୟୁରୋ): ଜ୍ୟେଷ୍ଠପୂର୍ଣ୍ଣିମାରେ ସ୍ନାନବେଦୀରେ ୧୦୮ ଗରା ସୁବାସିତ ଜଳରେ ମହାସ୍ନାନ ସାରି ଏବେ ଅଣସର ଘରେ ଜ୍ୱରରେ ପୀଡିତ ଶ୍ରୀଜିଉ । ଏହାପରେ ଶ୍ରୀମନ୍ଦିରରେ ଆରମ୍ଭ ହୋଇଯାଇଛି ଶ୍ରୀଜିଉଙ୍କ ମାନବୀୟ ଲୀଳା ।
ଅଣସର ପିଣ୍ଡିରେ ଜ୍ୱରରେ କମ୍ପୁଛନ୍ତି ଶ୍ରୀଜିଉ । ତାଙ୍କୁ ସୁସ୍ଥ କରିବା ପାଇଁ ସେବାୟତମାନେ ଆରମ୍ଭ କରିଦେଇଛନ୍ତି ଉପଚାର । ଏଥିରେ ଦଇତାପତି ସେବାୟତ ଏବଂ ଅନ୍ୟ ସେବାୟତମାନେ ମହାବାହୁଙ୍କ ଶରୀରରେ ଚୁଆ, ଚନ୍ଦନ, କସ୍ତୁରୀ, କର୍ପୁର ଆଦି ଲେପନ କରି ପାରମ୍ପରିକ ଉପଚାରମାନ କରୁଛନ୍ତି । ସୁସ୍ଥ ହେବା ଯାଏଁ ଅଣସର ପିଣ୍ଡିରେ ୧୫ ଦିନ ଯାଏଁ ଚାଲିବ ମହାବାହୁଙ୍କ ଉପଚାର ।
ଅନ୍ୟପଟେ ଅଜିଠୁ ଶ୍ରୀମନ୍ଦିରରେ ପଟିଦିଅଁ ପୂଜା ଆରମ୍ଭ ହୋଇଛି । ଏହି ପୂଜା ୧୫ ଦିନ ଯାଏଁ ଚାଲିବ ।